କୋରାପୁଟ: ଲଗାଣ ବର୍ଷାରେ ଲକ୍ଷ୍ମୀପୁର ବେହାଲ୍‌, ଭାଙ୍ଗିଲା ୨୦ ବଖରା ଘର

ଲକ୍ଷ୍ମୀପୁର: ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ବେହାଲ ହୋଇଛି। ଗତ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ଜମାରୁ ବର୍ଷା ହୋଇନଥିବା ବେଳେ ୨୫ ତାରିଖରୁ ଲଗାଣ ବର୍ଷା ଲକ୍ଷ୍ମୀପୁର ବ୍ଲକ ବାସିନ୍ଦାଙ୍କୁ ଅସ୍ତବ୍ୟସ୍ତ କରିଛିା ଲଗାଣ ବର୍ଷା ଯୋଗୁଁ ବୁଧବାର ସୁଧା ତହସିଲ୍‌ କାର୍ଯ୍ୟାଳୟରେ ୨୦ ଜଣଙ୍କ ଘର ଭାଙ୍ଗିଯାଇଥିବା ରିପୋର୍ଟ ପହଞ୍ଚିଛିା କିଛି ଲୋକଙ୍କୁ ପଲିଥିନ୍‌ ପ୍ରଦାନ କରାଯାଇଥିବା ବେଳେ ବର୍ଷା ଛାଡିବା ପରେ ହିଁ ସବିଶେଷ ତଥ୍ୟ ପହଞ୍ଚିବ ବୋଲି ଅତିରିକ୍ତ ତହସିଲଦାର ଦେବାଶିଷ କର ସୂଚନା ଦେଇଛନ୍ତିା ପଞ୍ଚଡା ଗୌଡଗୁଡା, ତୁନପାର ତୋୟାପୁଟ ପିପଳପଦର କୁଟିଙ୍ଗା ଲକ୍ଷ୍ମୀପୁର କାକିରିଗୁମା ଗ୍ରାମପଞ୍ଚାୟତ ଅଧିନରେ ରହିଥିବା ଗାଁ ଗୁଡିକରେଥିବା ଲୋକମାନଙ୍କ ମାଟିଘରର କାନ୍ଥ ଗୁଡିକ ଭାଙ୍ଗି ଘର ଗୁଡିକ ନଷ୍ଟ ହୋଇଥିବା ଖବର ହସ୍ତଗତ ହୋଇଛିା

ସମ୍ବନ୍ଧିତ ଖବର