ପ୍ରବଳ ବର୍ଷା ଯୋଗୁଁ ବାହ୍ୟଜଗତରୁ ବିଚ୍ଛିନ୍ନ ହେଲା ମାଲକାନଗିରି, ତଳିଆ ଅଞ୍ଚଳ ଲୋକଙ୍କୁ ଉଦ୍ଧାର କରି ଅସ୍ଥାୟୀ ଆଶ୍ରୟକେନ୍ଦ୍ରକୁ କରାଯାଉଛି ସ୍ଥାନାନ୍ତର

ମାଲକାନଗିରି: ପ୍ରବଳ ବର୍ଷା ହେତୁ ମାଲକାନଗିରି ଜିଲ୍ଲା ବାହ୍ୟଜଗତରୁ ପ୍ରାୟ ବିଚ୍ଛିନ୍ନ ହୋଇପଡ଼ିଛି। ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ବନ୍ୟା ଜଳ ପ୍ରଭାହିତ ହେଉଛି। ଏହି କାରଣରୁୁ ଜୟପୁର, କାଲିମେଳା, ଓ ବାଲିମେଳା ଆଦି ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଛି। ଏହି ଅଞ୍ଚଳକୁ ଯୋଗଯୋଗ ଓ ଯାତାୟତ ପ୍ରାୟତଃ ଠପ ହୋଇଯାଇଛି। ଏବେ ବି ବର୍ଷା ଜାରି ରହିଛି।

ପ୍ରଶାସନ ପକ୍ଷରୁ ମାଲକାନଗିରି ଜିଲ୍ଲାର ସମସ୍ତ ତଳିଆ ଅଞ୍ଚଳର ଲୋକମାନଙ୍କୁ ଉଦ୍ଧାର କରି ଅସ୍ଥାୟୀ ଆଶ୍ରୟକେନ୍ଦ୍ରକୁ ଅଣାଯାଉଛି। ୩୦ରୁ ଊର୍ଧ୍ୱ ଅସ୍ଥାୟୀ ଆଶ୍ରୟକେନ୍ଦ୍ରରେ ପ୍ରାୟ ୫୦୦ରୁ ଊର୍ଧ୍ୱ ଲୋକଙ୍କୁ ଉଦ୍ଧାର କରି ରଖାଯାଇଛି। ଶତାଧିକ ଗ୍ରାମ ଏବେ ବି ଜଳବନ୍ଦୀରେ ରହିଛି।

ଅସ୍ଥାୟୀ ଆଶ୍ରୟକେନ୍ଦ୍ରମାନଙ୍କରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଜିଲ୍ଲାପାଳ ଆଜି ସ୍କୁଲ ଓ କଲେଜମାନଙ୍କରେ ସରକାରୀ ଛୁଟି ଘୋଷଣା କରିଛନ୍ତି। ମାଲାନଗିରି ଜିଲ୍ଲାରେ ରେଡ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ବନ୍ୟା ସମ୍ଭାବିତ ଅଞ୍ଚଳମାନଙ୍କରେ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବା ସହିତ ସମସ୍ତ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି।

ସମ୍ବନ୍ଧିତ ଖବର