ବାରିପଦା : ବାତ୍ୟା ୟାସ ପ୍ରଭାବରୁ ଆଜି ସକାଳୁ ଜିଲ୍ଲାରେ ବର୍ଷା ର ପରିମାଣ ବଢ଼ିବାରେ ଲାଗିଛି। ସକାଳେ କିଛି ବ୍ଲକ ରେ କମ ବର୍ଷା ରେକର୍ଡ ହୋଇଥିଲା। ମାତ୍ର ସନ୍ଧ୍ୟାରେ ବର୍ଷାର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ସକାଳେ କୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିମି ବର୍ଷା ରେକର୍ଡ କରାଯାଇଥିଲା। ସନ୍ଧ୍ୟାରେ ଏଠାରେ ୧୬୫ ମିମି ବର୍ଷା ରେକର୍ଡ଼ ହୋଇଛି। ମାତ୍ର ଯଶୀପୁରରେ ସକାଳେ ୭୫.୧ ଥିବା ବେଳେ ସନ୍ଧ୍ୟାରେ ୧୯୦.୨ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି କରଞ୍ଜିଆ ରେ ସକାଳେ ୪୩ ଥିବାବେଳେ ଶେଷ ଖବର ଅନୁଯାୟୀ ୧୨୦, ଠାକୁରମୁଣ୍ଡାରେ ୮୧, ଶୁକ୍ରୁଳିରେ ୧୧୨, ରରୁଆଁ ରେ ୧୦୫, ଶ୍ୟାମଖୁଣ୍ଟାରେ ୩୩, ବଡ଼ସାହି ୫, ବେତନଟୀ ରେ ୧୦, ମୋରଡା ରେ ୧୦.୫, ରାସଗୋବିନ୍ଦପୁରରେ ୧୦, କୁଳିଅଣାରେ ୪୨, ସାରସକଣା ରେ ୨୧, ଶୁଳିଆପଦାରେ ୧୯.୪, ବାଙ୍ଗିରିପୋଷି ରେ ୨୨, ବାରିପଦାରେ୧୭, ଖୁଣ୍ଟା ରେ ୧୯, ଜୀବି ନଗର ୧୯, ଉଦଳାରେ୧୧୦, କପତିପଦାରେ ୬୫, ବିଶୋଇ ରେ ୧୨୪, ବିଜାତଳା ରେ ୧୦୮, ରାଇରଙ୍ଗପୁର ରେ ୧୦୨, ବହଳଦାରେ ୯୦.୨, ତିରିଂ ୭୫.୨ ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାରେ ମୋଟ ୧୭୭୦.୫ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି। ହାରାହାରି ୬୮.୧୦ ମିମି ରହିଛି। ମାତ୍ର ଆଜି ରାତିରେ ବର୍ଷା ବଢିବାର ସମ୍ଭାବନା ରହିଛି।
Advertisment
ସେହିପରି ଜିଲ୍ଲା ମଧ୍ୟ ଦେଇ ଯାଇଥିବା ସମସ୍ତ ନଦୀର ଜଳସ୍ତର ଆଜି ସନ୍ଧ୍ୟା ସୁଦ୍ଧା ବିପଦ ସଙ୍କେତ ତଳେ ରହିଥିଲେ ମଧ୍ୟ ବର୍ଷା ବଢ଼ୁଥିବାରୁ ଏହା ଆଶଙ୍କା ସୃଷ୍ଟି କରିପାରେ।
ପୋଡାଅସ୍ତିଆ ନିକଟରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବିପଦ ସଙ୍କେତ ୩୦.୯୨ ମିଟର ତଳେ  ୨୧.୪୨ ମିଟରରେ ପ୍ରବାହିତ ହେଉଥିବା ବେଳେ ଗୋବିନ୍ଦପୁରଠାରେ ବିପଦ ସଙ୍କେତ ୮.୧୨ ମିଟର ତୁଳନାରେ ୩.୨୬ ମିଟରରେ ପ୍ରବାହିତ ହେଉଛି। ସେହିପରି ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଙ୍କେତ ୧୦.୩୬ ତୁଳନାରେ
୩.୫୯ ମିଟରରେ, ଜୟପୁରଠାରେ ସୁନୋ ନଦୀର ଜଳସ୍ତର ୧୯.୫୬, ବାଲିମୁଣ୍ଡଳୀ ନିକଟରେ ଗଙ୍ଗାହାର ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ତଳେ ୩୬.୩୨ ମିଟରରେ ପ୍ରବାହିତ ହେଉଥିବା ଜଣାପଡ଼ିଛି । ସେହିପରି କାଳୋ ନଦୀ ବନ୍ଧର ଜଳଧାରଣ କ୍ଷମତା ୨,୪୨୪ ହେକ୍ଟୋ ମିଟର ରହିଥିବା ବେଳେ ଆଜି ମଧ୍ୟାହ୍ନ ସୁଦ୍ଧା ୨୨୨ ହେକ୍ଟୋ ମିଟର, ସୁନେଇ ନଦୀବନ୍ଧର ଜଳଧାରଣ କ୍ଷମତା ୬୧୬୦ ହେକ୍ଟୋ ମିଟର ରହିଥିବା ବେଳେ ଆଜି ୧୬୯୭.୮୯ ହେକ୍ଟୋ ମିଟର, ଖଡ଼କେଇ ନଦୀବନ୍ଧର ଜଳ ଧାରଣ କ୍ଷମତା ୫୬୨୨ ହେକ୍ଟୋ ମିଟର ତୁଳନାରେ ୧୨୮୨.୬୦ ହେକ୍ଟୋ ମିଟର, ନେସା ନଦୀବନ୍ଧର ଜଳଧାରଣ କ୍ଷମତା ୬୫୮.୪୦ ହେକ୍ଟୋ ମିଟର ଥିବା ବେଳେ ୧୮୪.୦୫ ହେକ୍ଟୋ ମିଟର ଏବଂ ବାଙ୍କବଳ ନଦୀବନ୍ଧର ଜଳ ଧାରଣ କ୍ଷମତା ୨୫୭୮ ହେକ୍ଟୋ ମିଟର ରହିଥିବା ବେଳେ ୩୦୫.୩୬ ହେକ୍ଟୋ ମିଟର ରହିଛି।
ସେହିପରି ଜମ୍ଭୀରା, ପଳପଳା, ଜରାଳି, ସରାଳି, ସଞ୍ଜ ଆଦି ବିଭିନ୍ନ ଶାଖା ନଦୀର ଜଳସ୍ତର ଆଜିର ବର୍ଷା ପରେ ସାମାନ୍ୟ ବୃଦ୍ଧି ପାଇଛି।