ତାଣ୍ଡବ ରଚିଲା କାଳବୈଶାଖୀ, ବାସହୀନ ହୋଇଗଲେ ୨୨ ପରିବାର

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପୋଣ୍ଡିକୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚାନ୍ଦଲି ଗ୍ରାମରେ କାଳ ବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ପବନ ବର୍ଷା ଯୋଗୁଁ ଚାନ୍ଦଲି ଗ୍ରାମରେ ୨୨ଟି ପରିବାର ବାସହୀନ ହୋଇ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି। ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡିବା ଯୋଗୁଁ ବିଦ୍ୟୁତ ସାରାବହ ବନ୍ଦ ରହିଛି। ଶୁକ୍ରବାର ରାତ୍ର ୯ଟା ସମୟରେ ଚାନ୍ଦଲି ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପବନ ବହିବା ସହ ବର୍ଷା ଆରମ୍ବ ହୋଇଥିଲା। ଫଳରେ ଚାନ୍ଦଲି ଗ୍ରାମରେ ୨୨ ଟି ଘରର ଛପର ଉଡିଯାଇଥିଲା। ଘଣ୍ଟାକୁ ପ୍ରାୟ ୭୦ କିଲୋମିଟର ବେଗରେ ପବନ ବହିବାରୁ ଅନେକ ଘର ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଫଳରେ ଅନେକ ପରିବାର ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି। ଏହି ଗ୍ରାମର ଚାଳଚପର ଘର ସହ ଆଜବେଷ୍ଟଛାତ ଉଡାଇ ନେଇଛି।

Sambad

ଚାନ୍ଦଲି ଗ୍ରାମର ଦୁର୍ଯ୍ୟୋଧନ ଯାନୀ, ବୈଦନାଥ ଯାନୀ, ଲେବ ଯାନୀ, ଲାଲା ଯାନୀ, ପୀତବାସ ଯାନୀ, ସନସାଇ ଯାନୀ, ଗୁରୁବୁନ୍ଧୁ ଯାନୀ, ଅର୍ଜୁନ ଯାନୀ, ତାରବତି ଯାନୀ, ଲାଇବନ ଯାନୀ, ନୀଳ ଯାନୀ, ବଳି ଯାନୀ, ଚନ୍ଦ୍ରା ହରିଜନ, ଉଜ୍ୱଲାବତୀ ହରିଜନ, ବେଞ୍ଜାମୀନ ପାଣି, ଗୋବିନ୍ଦ ନାଗ, ବଳରାମ ନାୟକ, ଜୟମାଲ ହରିଜନ, ସୁନ୍ଦର ହରିଜନ, ସମଧର ହରିଜନ, ସମାରୁ ହରିଜନ, ସମତି ଗରଡାଙ୍କ ଘର ଛପର ଉଡିଯାଇଛି। ରାତିରେ  ଶୋଇଥିବା ସମୟରେ ଶ୍ରୀନୁ ଯାନୀ, ନାରାୟଣ ଯାନୀ, ସୁରେନ୍ଦ୍ର ଯାନୀ, ସୁଶାନ୍ତ ଯାନୀଙ୍କୁ  ଟିଣ ଭାଙ୍ଗି ଆଘାତ ଲାଗିଥିଲା। ସେହିପରି କିଛି ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ପଡିଥିବାରୁ ବିଦ୍ୟୁତ ସରାବହ  ବନ୍ଦ ରହିଛି। ଖବର ପାଇଁ ବ୍ଲକ ଉପାଧ୍ୟାକ୍ଷା ସୁଶାନ୍ତ ବେହେରା ଶନିବାର ସକାଳ ପହଞ୍ଚି ଖୟକ୍ଷତି ଆକଳନ କରୀ ରାଜସ୍ୱ ନିରୀକ୍ଷକ ରାମକୃଷ ନିଆଲକୁ ଯୋଗାଯୋଗ କରି ଜରି ଦେବା ପାଇଁ ଅନୁରୋଧ କରିବା ସହ ସରକାରି ସହାୟତା ଯୋଗେଇଦେବା ନିମନ୍ତେ କହିଥିଲେ। ଖୁବ ଶୀଘ୍ର ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଯୋଗେଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର