ରାଇରଙ୍ଗପୁର: ରାଇରଙ୍ଗପୁର ବ୍ଳକ ହଳଦା ଗ୍ରାମ ପଞ୍ଚାୟତ ଭଞ୍ଜସରା ଗ୍ରାମର ଦାସମାତ ବେଶ୍ରାଙ୍କର ଆଜି ଝଡ ତୋଫନରେ ଘର ଛପର ଉଡ଼ି ଯାଇଛି। ଅସହାୟ ମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ଦାବି ହେଉଛି। ତାଙ୍କର ଘର ରାଇରଙ୍ଗପୁର ବ୍ଳକ ହଳଦା ଗ୍ରାମ ପଞ୍ଚାୟତ ଭଞ୍ଜସରା ଗ୍ରାମରେ। ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାରର ସହାୟତା କିମ୍ବା ପଲିଥିନ ମଧ୍ୟ ସହାୟତା ଯୋଗାଇ ନାହାନ୍ତି।
ରାଜ୍ୟ ସରକାରଙ୍କ ତରଫରୁ ଅବିଳମ୍ବେ ବିଜୁ ପକ୍କା ଘର ତିଆରି କରି ଦେବାର ଆବଶ୍ୟକତା ରହିଛି। ବର୍ତ୍ତମାନ ଯେଉଁପରି ଗ୍ରୀଷ୍ମପ୍ରବାହ ଓ ଖରା ଦାଉରୁ ରକ୍ଷା ପାଇଁ ପଲିଥିନ ମଧ୍ୟ ତୁରନ୍ତ ଦେବା ପାଇଁ ଦାବି ହେଉଛି। ଏଭଳି ଘଟଣା ଉପଖଣ୍ଡର ବିଭିନ୍ନ ଗ୍ରାମରେ ହୋଇଥିବା ସୂଚନା ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/IMG-20230515-WA0041.jpg)