ବଡନାଳ ଜଳଭଣ୍ଡାରରୁ ୪ଟି ଗେଟ ମାଧ୍ୟମରେ ବଂଶଧାରା ନଦୀକୁ ବନ୍ୟାଜଳ ନିଷ୍କାସିତ, ଗୁଣପୁରରେ ଟପିଲା ବିପଦ ସଂକେତ

ରାୟଗଡ଼ା: ବଡନାଳ ଜଳଭଣ୍ଡାରରୁ ୪ଟି ଗେଟ ମାଧ୍ୟମରେ ଶନିବାର ବନ୍ୟାଜଳ ବଂଶଧାରା ନଦୀକୁ ନିଷ୍କାସିତ କରାଯାଇଛି। ଦୁଇଦିନର ଲଘୁଚାପ ଜନିତ ଲଗାଣ ବର୍ଷାରେ ବଡ଼ନାଳ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି। ବଂଶଧାରାରେ ବନ୍ୟାଜଳ ପ୍ରବେଶ କରିଥିବାରୁ ଗୁଣପୁରରେ ବିପଦ ସଂକେତ ଟପିଛି। ବନ୍ୟାପାଣିରେ ଚାଷଜମି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।

ଜଳଭଣ୍ଡାରରୁ ପ୍ରଥମେ ଦୁଇଟି ଗେଟ ଦେଇ ବନ୍ୟପାଣି ଛଡ଼ାଯାଇଥିଲା। ପରେ ଆଜି ଦିନସାରା ଲଗାଣ ବର୍ଷାରେ ଜଳଭଣ୍ଡାରେ ଜଳ ପତନ ବୃଦ୍ଧି ପାଇଥିବା ଲାଗି ଆଉ ଦୁଇଟି ଗେଟ ଖୋଲାଯାଇଛି। ୪ଟି ଗେଟ ମାଧମରେ ପ୍ରତି ସେକେଣ୍ଡରେ ଗୋଟିଏ ଗେଟ ଦେଇ ୪୦ କ୍ୟୁସେକ ବନ୍ୟା ପାଣି ଛଡ଼ାଯାଇଛି। ମୋଟ ଚାରୋଟି ଗେଟରେ ୧୬୦ କ୍ୟୁସେକ ବନ୍ୟାଜଳ ବଂଶଧାରାକୁ ବନ୍ୟାଜଳ ଛଡ଼ା ଯାଉଛି। ଯାହା ଫଳରେ ବଂଶଧାରା ନଦୀରେ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି।

ସେପଟେ ଗୁମୁଡା, ଲିମାପଦର ଅଞ୍ଚଳରେ ଧାନଜମିରେ ପାଣି ପଶିଥିବା ଦେଖିବାକୁ ମିଳିଛି। ପଦ୍ମପୁର-ପାଗିରିବନ୍ଧ ରାସ୍ତାରେ ଗଛପଡ଼ିଥିବାରୁ ପଦ୍ମପୁର ଅଗ୍ନିଶମ ବିଭାଗ ଆସି ସଫା କରିଛନ୍ତି। ପଦ୍ମପୁର ବ୍ଲକର ନୂଆଗଡ଼ ଗ୍ରାମରେ ଜିତୁ ସାହୁଙ୍କ ଏକ ଘର କାନ୍ଥ ଭୁଶୁଡ଼ି ପଡ଼ିଛି। ସେହିଭଳି ରାମଣାଗୁଡ଼ା ପଂଚାୟତର ପାଖିରି ଗାଁରେ ମଧ୍ୟ ୨ଟି ଘର କାନ୍ଥ ଭୁଶୁଡ଼ିପଡ଼ିଛି।

ସମ୍ବନ୍ଧିତ ଖବର