ଅଦିନିଆ ବର୍ଷାରେ ବେହାଲ ସୁନାବେଡା ପୌରାଞ୍ଚଳ

ସେମିଳିଗୁଡା/ସୁନାବେଡା: ସାରା ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ହୋଇଥିବା ବେଳେ କୋରାପୁଟ ଜିଲ୍ଲା ସେମିଳିଗୁଡା ଓ ସୁନାବେଡା ଅଞ୍ଚଳରେ କଲବୈଶାଖୀ ଯୋଗୁ ଅନେକ କ୍ଷତି ଘଟିଥିବା ଜଣାପଡିଛି। ଗରିବର ମୁଣ୍ଡରୁ କେଉଁଠି ଛାତ ଉଡ଼ିଯାଇଛି ତ କେଉଁଠି ଘରର କାନ୍ଥ ଭାଙ୍ଗିଯାଇଛି। ସୁନାବେଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି ପ୍ରବଳ ବର୍ଷା ହେବା ଦ୍ୱାରଗନ୍ଧି ନଗର ୱାର୍ଡ ନ୨୧ରେ ସମ୍ପୂର୍ଣ୍ଣ ଏକ ନାଳ ଧୋଇଯାଇଛି, ଯାହା ଦ୍ଵାରା ରାତିରେ ଶୋଇଥିବା ସମୟରେ ଡ୍ରେନ ଉପରେ ନିର୍ମାଣ ହୋଇ ଥିବା ଏକ ଘରର କାନ୍ଥ ଏବଂ ତାର ପାଚେରୀ ଧୋଇ ନାଳକୁ ଅବରୋଧ କରିବାରୁ ପୁରା ସାହି ରାସ୍ତା ଓ ଘରେ ପାଣି ପଶିଥିଲା। ଫଳରେ ଲୋକେ ରାତି ଅନିଦ୍ରା ରହି ପ୍ରବଳ ବର୍ଷାରେ ପାଣି ବାହାର କରିବାରେ ଲାଗିଥିଲେ। ସକାଳ ଯାଏଁ ଘରୁ ବାହାରିବା ମୁସ୍କିଲ ହୋଇ ପଡ଼ିଥିଲା। ଫଳରେ କିଛି ସମୟ ପାଇଁ ଗୃହବନ୍ଦୀ ହୋଇ ପଡ଼ିଥିଲେ। ସକାଳୁ ଅଳିଆ ଆବର୍ଜନା ଭାସି ଆସି ସାହି ଭିତର ରାସ୍ତା ଉପରେ ଜମା ରହିବା ଦେଖା ଯାଇଥିଲା ସକାଳୁ ମୁନିସିପାଲିଟି ଦ୍ଵାରା ରାସ୍ତା ନାଳ ସଫା କରା ଯାଇଥିଲା।

ପୌରାଧକ୍ଷ୍ୟ ଡ଼ଃ ରାଜେନ୍ଦ୍ର କୁମାର ପାତ୍ର ନିଜେ ଆସି କାମ ତଦାରଖ କରିଥିଲେ। ଗୋପବନ୍ଧୁ ନଗର ଅଞ୍ଚଳରେ ଅନେକ ଲୋକଙ୍କ ଘରେ ନୂଆ ପାଣି ପାଇପ ପାଇଁ ଖୋଳା ଯାଇଥିବା ମାଟି ପଶିଥିଲା। ସୁନାବେଡାର ଡିପିକେମ୍ପ ୱାର୍ଡ ନ ୪ ମିର୍ଦୂଲ୍ ସାହାଙ୍କ ଘରେ ଏବଂ ଡିପି କ୍ୟାମ୍ପର ଅଧିକାଂଶ ଦୋକାନ ଘରେ ପାଣି ପଶି ଯାଇଥିଲା। ସ୍ବେରେଜ ପ୍ରୋଜେ୍ଟରେ ତିଆରି ହୋଇଥିବା ନାଳ ଓ ରାସ୍ତା ନିର୍ମାଣ ଠିକ ନହବା ଓ ଅଧିକାଂଶ ଲୋକେ ଡ୍ରେନ ଉପରେ ଘର ଓ ପାଚେରୀ ନିର୍ମାଣ କରି ଡ୍ରେନ ଅବରୋଧ କରୁଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଡିପି କ୍ୟାମ୍ପବାସୀ ଅଭିଯୋଗ କରିଛନ୍ତି।

ସେମିଳିଗୁଡା ସହର ମଧ୍ୟରେସାହି ଓ ଗଳିକନ୍ଦି ରାସ୍ତାରେ ଦୁଇ ପାର୍ଶ୍ୱରେ ଡ୍ରେନ ରହିଥିଲେ ମଧ୍ଯ ଅଧିକାଂଶ ସ୍ଥାନରେ ଲୋକେ ତା ଉପରେ ନିର୍ମାଣ କାର୍ଯ୍ୟ କରୁଥିବାରୁ ଡ୍ରେନ ଅବରୋଧ ହେଉଥିବାରୁ ବର୍ଷା ହେଲେ ପାଣି ନିଷ୍କାସିତ ନହୋଇପାରି ରାସ୍ତା ଘାଟରେ ଲହରୀ ଭାଙ୍ଗିବା ସହ ଘରେ ପଶୁଥିବା ବେଳେ ସେମିଳିଗୁଡା ଏକ ଢାଲୁ ଅଞ୍ଚଳ ହୋଇଥିବାରୁ କର୍ତ୍ତୃପକ୍ଷ ଡ୍ରେନ ଓ ପ୍ରାକୃତିକ ପାଣି ନାଳ ଅବରୋଧ ହଟାଇବାକୁ ପଦକ୍ଷେପ ନନେଲେ ଆଗାମୀ ବର୍ଷା ଦିନରେ ପରିସ୍ଥିତି ଭୟାଭୟ ହେବ ବୋଲି  ସାଧାରଣରେ ଆଲୋଚନା ହେଉଛି। ସମସ୍ତ  ଅଞ୍ଚଳରେ ଯୁଦ୍ଧ କାଳୀନ ଭିତ୍ତିରେ ସଫେଇ କରାଯାଇଥିବା ସହ ସଫେଇ କାର୍ଯ୍ୟ କାଲି ମଧ୍ଯ ଜାରି ରହିବ ଏହା ସହ ଲୋକେ ଟାଉନ ଡ୍ରେନ ଉପରେ କୌଣସି ନିର୍ମାଣ କରାନ୍ତୁ ନାହିଁ ବୋଲି କହିଛନ୍ତି ସୁନାବେଡା ପୌର ନିର୍ବାହୀ ଅଧିକାରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଡନସେନା, ସ୍ବେରେଜ କାମ ପାଇଁ ଡିପି କ୍ୟାମ୍ପବାସୀ କରିଥିବା ଅଭିଯୋଗ ଉପରେ ତର୍ଜମା କରାଯିବ ବୋଲି ପୌରାଧକ୍ଷ୍ୟ ଡ଼ଃ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର