ବାରିପଦା: ଆଜି ମଧ୍ୟାହ୍ନ ସମୟରେ ବାରିପଦାରେ କାଳବୈଶାଖୀ କାରଣରୁ କଳାହାଣ୍ଡିଆ ବର୍ଷା, ବଜ୍ରପାତ ସହିତ ପଵନ ହୋଇଥିଲା। ପଵନର ବେଗ ବେଶ ଅଧିକ ଥିଲା। ଏଥିରେ ବାରିପଦା ବିଦ୍ୟୁତ ବିଭାଗର ତକତପୁର ସ୍ଥିତ ୩୩କେଭି ଗ୍ରୀଡ଼ କ୍ଷତିଗ୍ରସ୍ତ ହୋଇଛି। ଯାହାଫଳରେ ବାରିପଦାରେ ଦିନ ପ୍ରାୟ ୧.୧୫ରୁ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଥିଲା। ରିପୋର୍ଟ ଲେଖାହେବା ବେଳକୁ ବିଭାଗ ପକ୍ଷରୁ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବା ପ୍ରକାଶ।
Sambadସେହିପରି ବାରିପଦା ଜେଲ ପରିସରରେ ମଧ୍ୟ କାଳବୈଶାଖୀ କାରଣରୁ ୩୩କେଭି ଲାଇନ ଉପରେ ଗଛ ପଡିଛି। ଫଳରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଆଜି ଜେଲ ପରିସରରେ କାମ ହୋଇଛି। ଆସନ୍ତାକାଲି ମଧ୍ୟ ସ୍ଥାୟୀ ମରାମତି କାମ ହେବ। ଫଳରେ ଆସନ୍ତାକାଲି ମଧ୍ୟ ପ୍ରାୟ ତିନି ଘଣ୍ଟା ପାଇଁ ବିଦ୍ୟୁତ ସେବାରୁ ଉପଭୋକ୍ତା ମାନେ ବଞ୍ଚିତ ହେବାନେଇ ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/IMG-20210606-WA0065.jpg)