ତେଲକୋଇ: ଲଗାଣ ବର୍ଷାରେ ତେଲକୋଇ ବ୍ଲକ୍‌ ତାଳପଦା ପଞ୍ଚାୟତରେ ନିର୍ମାଣାଧୀନ ପଙ୍ଗା-ପିଠାଗୋଳା ରାସ୍ତାର ପନକି ଘଟି ନିକଟରେ ରାସ୍ତା ଧୋଇଯାଇଛି। ଫଳରେ ତେଲକୋଇ-ହରିଚନ୍ଦନପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆର୍‌ଡି ବିଭାଗ ପକ୍ଷରୁ ଏହି ରାସ୍ତା କାମ ଚାଲିଛି। ଘାଟି ରାସ୍ତାରେ ମାଟି ଓ ପଥର ଗୁଣ୍ଡ ପକାଯାଇଛି। କେତେକ ସ୍ଥାନରେ କଲର୍ଭଟ ନିର୍ମାଣ ହୋଇଛି। ରାସ୍ତାରେ ମେଟାଲ ପକାଯାଇ ନଥିବାରୁ ବର୍ଷାରେ ଧୋଇ ହୋଇଯାଇଛି। ଏହି ରାସ୍ତାରେ ଯାତାୟାତ କରୁଥିବା ୫ଟି ବସ୍‌ ଓ ଯାତ୍ରୀବାହୀ ଗାଡ଼ି ଚଳାଚଳ ବନ୍ଦ ରହିଛି। ତୁରନ୍ତ ରାସ୍ତା ମରାମତି କରିବାକୁ ମୁରଲୀଧର ପାତ୍ର, ଦୀପକ କୁମାର ବେହେରା, ଗୌରାଙ୍ଗ ଚରଣ ସାହୁ, ନିରଞ୍ଜନ ପ୍ରଧାନ, ଅଙ୍ଗଦ ସାହୁ, ହରିହର ବେହେରା, ପ୍ରତାପ ଚନ୍ଦ୍ର ସାହୁ, ରଞ୍ଜନ ସାହୁ ପ୍ରମୁଖ ଦାବି କରିଛନ୍ତି।