କୋରାପୁଟ: ବୁର୍ଜା ଗାଁରେ ଜ୍ୱର ଆତଙ୍କ, ୧୫ ଦିନ ମଧ୍ୟରେ ଶତାଧିକ ଆକ୍ରାନ୍ତ

ଜ୍ୱରର ମୁଖ୍ୟ କାରଣ ଦୂଷିତ ଜଳ ଓ ଅସ୍ୱାସ୍ଥ୍ୟକର ପରିବେଶ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ଗାଁରେ ଗତ ୧୫ ଦିନ ମଧ୍ୟରେ ଶତାଧିକ ଲୋକେ ଜ୍ୱରରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତିିା ବର୍ତ୍ତମାନ ମଧ୍ୟ ଗାଁରେ ଅନେକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ରହିଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଟିମ୍‌ ଗାଁରେ ପହଞ୍ଚି ଜ୍ୱରର କାରଣ ଖୋଜୁଛିା ଗାଁରେ ବିଷୁଦ୍ଧ ପାନୀୟ ଜଳର ଅଭାବ ସହ ଦୁଷିତ ପାନୀୟ ଜଳ ବ୍ୟବହାର ହିଁ ଏତେ ସଂଖ୍ୟାର ଗ୍ରାମବାସୀଙ୍କୁ ଜ୍ୱରର ମୁଖ୍ୟ କାରଣ ବୋଲି ଜଣାପଡିଥିବା ବେଳେ, ଅସ୍ୱାସ୍ଥ୍ୟ କର ପରିବେଶ ପାଇଁ ଗ୍ରାମବାସୀ ଦାୟୀ କରିଛନ୍ତିା ଜ୍ୱରକୁ ନେଇ ଆତଙ୍କିତ ହୋଇ ରହିଛନ୍ତିି ଗ୍ରାମବାସୀା ବୁର୍ଜା ଗ୍ରାମପଞ୍ଚାୟତର ସଦର ଗାଁ, ଗାଁରେ ପ୍ରାୟ ୩୫୦ ପରିବାର ରହୁଥିବା ବେଳେ ଗତ ୧୫ ଦିନ ମଧ୍ୟରେ ଶତାଧିକ ପରିବାରର ପ୍ରାୟ ଦେଢ ଶହରୁ ଅଧିକ ଛୋଟ ଛୁଆ ଠାରୁ ଆରମ୍ଭ କରି ବୁଢା ବୁଢି ଓ ଯୁବକ ମାନେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତିା ୧୫ ଦିନ ବିତିଯାଇଥିଲେ ମଧ୍ୟ ଆଜି ସୁଧା ଅନେକ ଜ୍ୱରରେ ହିଁ ପିଡିତ ହୋଇରହିଛନ୍ତିା ସ୍ଥାନୀୟ ଡାକ୍ତଖାନାରେ ଅନେକ ଗରିବ ଗୁରୁବା ଆସି ଚିକିତ୍ସିତ ହୋଇ ଫେରି ଥିଲେ ମଧ୍ୟ ଜ୍ୱର କମିବାରେ ନାଁଗନ୍ଧ ନାହିଁ ବୋଲି ଅନେକ ରୋଗୀ ପ୍ରକାଶ କରିଛନ୍ତିା

ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଗାଁରେ ପାନୀୟ ଜଳ ଯୋଗାଣ କରାଯାଉଥିବା ବେଳେ ଗତ ୧୦ ମାସରୁ ଅଧିକ ହେବ ପାଣି ଟାଙ୍କି ସଫା କରାଯାଇ ନଥିବା କାରଣ ସହ ସେହି ପାଣି ଟାଙ୍କିର ପାଣି ବ୍ୟବହାର ଓ ଗାଁରେ ଅସ୍ୱାସ୍ଥ୍ୟକର ପରିବେଷ ହିଁ ଜ୍ୱରର ମୁଖ୍ୟ କାରଣ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତିା ଅନ୍ୟପକ୍ଷରେ ଗାଁର ଧନୀ ଶ୍ରେଣୀର ବ୍ୟକ୍ତି ଲକ୍ଷ୍ମୀପୁର ଡାକ୍ତରଖାନାରେ ଭଲ ନହେବା ପରେ କୋରାପୁଟ ରାୟଗଡା ଓ ବିଶାଖାପାଟଣାରେ ପହଞ୍ଚି ଚିକତ୍ସିତ ହେଉଥିବା ବେଳେ ଗାଁରେ ଆଜି ମଧ୍ୟ ପ୍ରାୟ ୧୫ ଜଣ ରୋଗୀ ଜ୍ୱରରେ ଆକ୍ରନ୍ତ ହୋଇ ନିଜ ଘରେ ହିଁ ରହିଥିବା ଦେଖିବାକୁ ମିଳିଥିଲାା

ଏପରିକି ଡାକ୍ତରଖାନାରେ ମଧ୍ୟ ନିୟମିତି ରୋଗୀ ପହଞ୍ଚି ସକାଳୁ ସଂଧ୍ୟାରେ ସାଲାଇନ୍‌ ଇଞ୍ଜେକସନ ନେଇ ଫେରିଯାଉଥିବା ଡାକ୍ତରଖାନା ତରଫରୁ ସୂଚନା ପ୍ରଦାନ କରାଯାଇଛିା ଗତ ସପ୍ତାହକ ମଧ୍ୟରେ ଗାଁରେ ଦୁଇଥର ସମସ୍ତ କୁଅମାନଙ୍କରେ ବ୍ଲିଚିଂ ପାଉଡର ସହ ଆଶା ଓ ଅଙ୍ଗନୱାଡି ୱାର୍କର ମାନଙ୍କ ଦ୍ୱାରା କ୍ଲୋରିନେସନ କରାଯାଇଥିବା ଜଣାପଡିଛିା ଗାଁରେ ଜ୍ୱର ଲାଗି ରହିଥିବା ବେଳେ ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ମାନେ ସଚେତନତା କରାଇବା ସହ ଡାକ୍ତରଖାନାକୁ ଯିବା ସକାଶେ ପରାମର୍ଶ ଦେଉଛନ୍ତିା

ସମ୍ବନ୍ଧିତ ଖବର