ପାଗ ଖରାପ ଯୋଗୁଁ ଅବତରଣ କରି ନ ପାରି ଫେରିଗଲା ବିମାନ 

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲା ଦୁଇଦିନିଆ ଗସ୍ତରେ ଆସିଥିବା ୪ଜଣ ବରିଷ୍ଠ ସଚିବ ଆଜି ଜୟପୁର‌ ବିମାନ ବନ୍ଦରରେ ଅବତରଣ କରି ନପାରି ଫେରି ଯାଇଛନ୍ତି। କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ମାଲକାନଗିରି ଜିଲ୍ଲାରେ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଏହି ବରିଷ୍ଠ ଆଇଏଏସଗଣ ଯୋଗ ଦେଇ ସମୀକ୍ଷା କରିଥାନ୍ତେ। ଏହାସହ ବିଭିନ୍ନ ସ୍ଥାନ ଭ୍ରମଣ କରି ଲୋକଙ୍କ ସହ ଆଲୋଚନା କରିଥାନ୍ତେ। ମାତ୍ର ଖରାପ ପାଗ ହେତୁ ବିମାନ ଅବତରଣ କରି ନ ପାରିବାରୁ କାର୍ଯ୍ୟକ୍ରମ ବାତିଲ ହୋଇଥିବ‌ା ସୂଚନା ମିଳିଛି।

ଫଟୋ: ତରୁଣ। (ଜୟପୁର)

ଆଜି ଦିନ ପ୍ରାୟ ୧୧ଟା ୧୫ରେ ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ପାଗ ଖରାପ ଥିବାରୁ ଦୁଇଥର ଚାରିପାର୍ଶ୍ବରେ ଘୂରିବୁଲିବା ପରେ ଫେରି ଯାଇଥିଲା। ଫଳରେ ଏହି ୪ ଜିଲ୍ଲାରେ ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ବାତିଲ୍ ହୋଇଛି।

ସମ୍ବନ୍ଧିତ ଖବର