ଟଙ୍କା ନଥିବାରୁ ମାଗଣାରେ ଆରଟିଓ ଦେଲା ହେଲମେଟ

ମାଥିଲି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ଠାରେ ଆଜି ପୁଲିସ ଏବଂ ଆଞ୍ଚଳିକ ପରିବହନ ତରଫରୁ ମିଳିତ ଭାବେ ସଡକ ସୁରକ୍ଷା ସପ୍ତାହ ଅବସରରେ ହେଲମେଟ ଯାଞ୍ଚ କରାଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ଏକ ରାଲିର ଆୟୋଜନ ମଧ୍ୟ କରାଯାଇଥିଲା। ରାଲି ସହର ପରିକ୍ରମା କରିବା ସହ ଲୋକଙ୍କୁ ସଚେତନ କରାଇଥିଲେ। ମଟର ସାଇକେଲରେ ଯିବା ସମୟରେ ହେଲମେଟ ବାଧ୍ୟତାମୂଳକ ବୋଲି କହିବା ସହ ପଛରେ ବସିବା ଲୋକ ମଧ୍ୟ ହେଲମେଟ ପରିଧାନ ଆବଶ୍ୟକ ବୋଲି କୁହାଯାଇଥିଲା।

ଯେଉଁ ଲୋକମାନେ ହେଲମେଟ କିଣିବା ପାଇଁ ଅକ୍ଷମ ଥିଲେ ସେମାନଙ୍କୁ ଆଞ୍ଚଳିକ ପରିବହନ ତରଫରୁ ହେଲମେଟ ପ୍ରଦାନ କରାଯାଇଥିଲା। ଆଇଆଇସି ରଘୁନାଥ ମାଝିଙ୍କ ନେତୃତ୍ବରେ ପୁଲିସ କର୍ମଚାରୀ,ଆଞ୍ଚଳିକ ପରିବହନର ଏମଭିଆଇ,ଟିଆଇ ପ୍ରମୁଖ ଉପସ୍ଥିତ ରହିଥିଲେ।

ସେହିପରି ସ୍ଥାନୀୟ ମାଥିଲି ଅଂଚଳର ସ୍ମୃତି ରଂଜନ,ଜିଲ୍ଲା ପରିଷଦ ସଭ୍ୟ ବାଲରାଜୁ କୋପେ,ସମାଜସେବୀ ଜୟନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ସଡକ ସପ୍ତାହ ପାଳନରେ ସହଯୋଗ କରିଥିଲେ। ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର