ଚିତ୍ରକୋଣ୍ଡା : ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ କନ୍ଧଗୁଡା ଠାରେ ନବରଙ୍ଗପୁର ସାଂସଦ ରମେଶ ମାଝୀ,ଚିତ୍ରକୋଣ୍ଡା ବିଧାୟକ ପୂର୍ଣ ଚନ୍ଦ୍ର ବାକା, ମାଲକାନଗିରି ଜିଲ୍ଲା ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ, ମାଲକାନଗିରି ଜିଲ୍ଲା ଯୁବ ବିଜୁଜନତା ଦଳ ସଭାପତି ଆଡ଼ମ୍ମା ରବା, ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ପ୍ରତ୍ୟକ ମୃତକ ପରିବାରକୁ ୫୦ହଜାର ଟଙ୍କା ପ୍ରଦାନ କରିଥିଲେ । ଗତ ୨୪ତାରିଖ ସନ୍ଧ୍ୟା ୮ଟା ସମୟରେ ସିଲେରୁ ନଦୀରେ ଦୁଇଟି ଡଙ୍ଗା ବୁଡି ୮ଜଣ ମୃତ୍ୟୁବରଣ କରିଥିଲେ। ହାଇଦ୍ରାବାଦ ଇଟା ଭାଟିରେ କାମ କରି କୋରନା କଟକଣା ଭୟରେ ରାତିରେ ଦୁଇଟି ମାଛ ଡଙ୍ଗା ରେ ୧୧ ଜଣ ଫେରୁଥିବା ସମୟରେ ଡ଼ଙ୍ଗା ବୁଡି ଯିବାରୁ ୮ଜଣ ମୃତ୍ୟୁ ବରଣ କରିଥିଲେ। ୮ଜଣଙ୍କ ମଧରେ ୬ଜଣ ଶିଶୁ ଥଲେ। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା ।
ଦିନ ୧୧ଟା ସମୟରେ ସାଂସଦ ରମେଶ ଚନ୍ଦ୍ର ମାଝୀ ଙ୍କ ନେତୃତ୍ୱରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର କର୍ମକର୍ତା ଗୁଣ୍ଠାବେଡା ପଞ୍ଚାୟତ ର କନ୍ଧଗୁଡା ଗ୍ରାମରେ ପହଞ୍ଚି ମୃତକ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ।ଗଣମାଧ୍ୟମ ପ୍ରତିନିଧିମାନଙ୍କ ତରଫରୁ ଚିତ୍ରକୋଣ୍ଡା ବ୍ଲକ ରେ ବାରମ୍ବାର ଡ଼ଙ୍ଗା ବୁଡି ଘଟଣା ଘଟୁଥିବା ସମ୍ପର୍କରେ ଉଦବେଗ ପ୍ରକାଶ କରିବା ସହିତ ଏଠାରେ ଏକ ଦମକଳ କେନ୍ଦ୍ର ସ୍ଥାପନା ପାଇଁ ଅନୁରୋଧ କାରାଯାଇଥିଲା। ସାଂସଦ ଏଥିରେ ସହମତି ପ୍ରକାଶ କରିବା ସହିତ ଏ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇବୁ ଓ ତୁରନ୍ତ ଏଠାରେ ଏକ ଦମକଳ କେନ୍ଦ୍ର କରାଯିବ ବୋଲି କହିଥିଲେ।
ଚିତ୍ରକୋଣ୍ଡା : ମୃତକଙ୍କ ପରିବାରକୁ ବିଜୁଜନତା ଦଳ ତରଫରୁ ମୃତକଙ୍କ ପରିବାରକୁ ୫୦ ହଜାର ଲେଖା ପ୍ରଦାନ
/sambad/media/post_attachments/wp-content/uploads/2021/05/IMG-20210527-WA0025.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)