ଜୟପୁର: ଗତ କିଛି ଦିନ ତଳେ ତ୍ରିପାଠୀ ବସ ସୋମପେଟ୍ଟା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏହି ବସର ହେଲପର ସୁଧିର ସଗରିଆଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକ ହେଲଫର ସ୍ବର୍ଗତ ସୁଧିରଙ୍କ ପରିବାରକୁ ଘରୋଇ ବସ କର୍ମଚାରୀ ସଂଘ ପକ୍ଷରୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
କର୍ମଚାରୀ ସଂଘ ପକ୍ଷରୁ ମୃତ ହେଲଫରଙ୍କୁ ସହଯୋଗ କରିବା ପାଇଁ ସଭାପତି ସୁଶାନ୍ତ ଅଧିକାରୀଙ୍କ ସଭାପତିତ୍ବରେ ସଂପାଦକ ରାଜୀବ ଟାକିରୀଙ୍କ ଆହ୍ବାନକ୍ରମେ ଏକ ବୈଠକ କରାଯାଇଥିଲା। ସଂଘର ସଭ୍ୟ ମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ସଭ୍ୟ ମାନେ ସହଯୋଗର ହାତ ବଢ଼ାଇଥିଲେ। ଏପରି ୫୦ହଜାର ଟଙ୍କା ଆଦାୟ କରାଯାଇଥିଲା। ଆଦାୟ ହୋଇଥିବା ଟଙ୍କାକୁ ତାଙ୍କ ପରିବାରବର୍ଗକୁ ପ୍ରଦାନ କରିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା।
ସ୍ବର୍ଗତ ହେଲଫର ସୁଧିରଙ୍କ ନିଜ ଘର ତେନ୍ତୁଳିଖୁଣ୍ଟି ବ୍ଲକର ହିର୍ମିମୁଣ୍ଡା ଗାଁକୁ ସଂପାଦକ ରାଜୀବନ ଟାକ୍ରୀଙ୍କ ନେତୃତ୍ବରେ ପ୍ରତିନିଧି ଦଳ ଯାଇ ଏହି ଟଙ୍କାକୁ ତାଙ୍କ ସ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହି ଦଳରେ ସଂଘର ଉପସଭାପତି ପିଙ୍କୁ ଖୋସ୍ଲା, କାର୍ଯ୍ୟକାରୀ ସଂପାଦକ ରବିନ୍ଦ୍ର ନାୟକ, କୋଷାଧ୍ୟକ୍ଷ ଶିବରାମ ବେହେରା, ରମେଶ ଚନ୍ଦ୍ର ପାତ୍ର, ଯୁଗ୍ମ ସଂପାଦକ ସନ୍ତୋଷ ହନ୍ତାଳ, ସୀମାଂଚଳ ହୋତା, ବାବୁ, ଅନନ୍ତରାମ ବେହେରା, ଗଣି ଦତ୍ତ, ସୁବାସ ହରିଜନ ପ୍ରମୁଖ ଏଥିରେ ଅଂଶ ଗ୍ରହଣ କରିଥିଲେ। ଜଣେ ମୃତକ ସହକର୍ମଚାରୀଙ୍କୁ ସହଯୋଗ କରିବା ପାଇଁ କର୍ମଚାରୀ ମାନେ ଏକତ୍ରିତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ସଭାପତି ଶ୍ରୀ ଅଧିକାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/jpr-ghoroi-bus-workers-union-1.jpg)