ଯାଜପୁର: ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା, ଚାପିହୋଇ ହେଲ୍ପରର ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଧନେଶ୍ୱପୁର ବେଣାପୁର ଛକ ନିକଟରେ ଆଜି ଭୋର ୫ଟା ବେଳେ ୨ଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଦୁଇଟିର ଡ୍ରଇଭର ମଧ୍ୟ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,ପଶ୍ଚିମବଙ୍ଗରୁ ଆସୁଥିବା ଡବ୍ଲ୍ୟୁ ବି ୩୩ ଡି ୭୮୭୭ ନମ୍ବର ବିଶିଷ୍ଟ ଏକ ମାଲ ବୋଝେଇ ୧୦ ଚକିଆ ଟ୍ରକ୍‌ ସହିତ ଓଡ଼ି ୦୪ ଏମ ୧୬୮୮ ନମ୍ବର ବିଶିଷ୍ଟ ଅନ୍ୟ ଏକ ୧୦ ଚକିଆ ଟ୍ରକ୍‌ର ବେଣାପୁର ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗ ଟ୍ରକ୍‌ର ହେଲ୍ପର ଟ୍ରକ୍‌ ଭିତରେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ତାଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ଓ ଦମକଳ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ସହାୟତାରେ ଟ୍ରକକୁ କାଟି ମୃତ ହେଲ୍ପରକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି।

ସମ୍ବନ୍ଧିତ ଖବର