ସମ୍ବଲପୁର: ଭିମ୍ସାରର ନେଫ୍ରୋଲୋଜି ବିଭାଗର ହେମୋପରଫ୍ୟୁଜନ୍ ସେବା ଭଳି ଅତ୍ୟାଧୁନିକ ଚିକିତ୍ସା ସେବା ଆରମ୍ଭ ହୋଇଛି। ବିଷପାନ ତଥା ମାତ୍ରାଧିକ ନିଶାସେବନ କରିଥିବା ଲୋକଙ୍କ ଚିକିତ୍ସା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଡାଇଲେସିସ୍ ଜରିଆରେ ରକ୍ତରୁ ବିଷକୁ ସହଜରେ ଅଲଗା କରାଯାଇପାରିବ। ଏଥିପାଇଁ ୧୮ ହଜାର ଟଙ୍କାର ଏକ ଦାମୀ କ୍ୟାଟ୍ରିଜ୍ ବ୍ୟବହାର ହୋଇଥାଏ।
ଉକ୍ତ କ୍ୟାଟ୍ରିଜ୍ ଜରିଆରେ ଖୁବ୍ କମ୍ ସମୟ ମଧ୍ୟରେ ଏବଂ ସହଜରେ ରୋଗୀଙ୍କ ଶରୀରରୁ ବିଷ, ମାଦକ ଦ୍ରବ୍ୟ ଆଦି ଅଲଗା କରାଯାଇ ରୋଗୀଙ୍କ ଜୀବନ ବଞ୍ଚାଯାଇପାରିବ ବୋଲି ଡାକ୍ତର ସୌରଭ ସୃଷ୍ଟି କହିଛନ୍ତି। ଉଲ୍ଳେଖଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଂଚଳରୁ ବିଷପାନ ତଥା କ୍ଷେତରେ କୀଟନାଶକ ସିଂଚନ ସମୟରେ ଏହାର ପ୍ରଭାବରେ ଗୁରୁତର ଅବସ୍ଥାରେ ରୋଗୀମାନେ ଭିମ୍ସାରକୁ ଆସିଥାନ୍ତି। ଡାକ୍ତରଖାନାରେ ପହଂଚିବାରେ ବିଳମ୍ବଜନିତ କାରଣରୁ ବିଷ/ମାଦକଦ୍ରବ୍ୟ ରୋଗୀଙ୍କ ଶରୀରରେ ଥିବା ରକ୍ତ ସହିତ ମିଶିଯାଇଥାଏ। ଆଉ ଏହାର ପ୍ରଭାବରେ ରୋଗୀଙ୍କ ମୃତ୍ୟୁ ଘଟିଥାଏ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/24b6366f-bd89-4e04-8edf-fbb00152763f.jpeg)