ଧଉଳି: ଶୁକ୍ରବାର ଅପରାହ୍ନ ଦି’ଟା ବେଳେ ଭୁବନେଶ୍ବର ପୁରୀ ଜାତୀୟ ରାଜପଥର ପୁବାଶାସନ ଛକ ନିକଟରେ ଦ୍ରୁତବେଗରେ ଯାଉଥିବା ଏକ ଟାଟାଏସ ଓଲଟିପଡ଼ିବାରୁ ସେଥିରେ ଥିବା ୫୦୦ ବଏଲର କୁକୁଡ଼ାଙ୍କ ମୃତ୍ୟୁ ଘଟିଛି । ଏଥିସହିତ ଏହି ଦୁର୍ଘଟଣାରେ ଟାଟାଏସ ଚାଳକ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଚାଳକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଶରୀରର ବିଭିନ୍ନ ସ୍ଥାନ କ୍ଷତାକ୍ତ ହୋଇଛି । ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲକୁ ପଠାଇଥିଲେ ।
ଚାଳକଙ୍କୁ ହସ୍ପିଟାଲ ପହଞ୍ଚାଇବା ନେଇ କିଛି ଯୁବକ ବ୍ୟସ୍ତ ଥିବା ସୁଯୋଗରେ ଆଉ କିଛି ବଏଲର କୁକୁଡ଼ା ଲୁଟି ନେଇଥିଲେ । ଉତରା ପୁଲିସ ପହଞ୍ଚିଲା ପରେ ଅନ୍ୟ ସବୁ କୁକୁଡ଼ା ଗାଡ଼ି ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା ।
ପ୍ରାପ୍ତ ସୂଚନାନୁଯାୟୀ ୨୦୦୦ ବଏଲର ନେଇ ଉକ୍ତ ଟାଟାଏସ ପିପିଲି ଅଭିମୁଖେ ଯାଉଥିଲା । ହେଲେ ନିୟନ୍ତ୍ରଣ ହରାଇ ରାସ୍ତା ମଝିରେ ଓଲଟିପଡ଼ିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/WhatsApp-Image-2021-01-08-at-7.30.31-PM.jpeg)