କୁତ୍ରା ଡାକ୍ତରଖାନା ନିକଟରେ ୪୦ ହାତୀ, ଲୋକେ ଆତଙ୍କିତ

ସୁନ୍ଦରଗଡ଼: ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବଜାର ନିକଟରେ ପ୍ରାୟ ୪୦ ଘର ହାତୀ ଆସି ପହଞ୍ଚିଯାଇଛନ୍ତି। ହାତୀପଲ୍ଲ କୁତ୍ରା ଡାକ୍ତରଖାନା ପଛପଟ ନିକଟକୁ ଆସିଯାଇଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।


ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ କୁତ୍ରା ବଜାର ନିକଟକୁ ହାତୀପଲ୍ଲ ପହଞ୍ଚି ଯାଇଥିବା ଖବର ପ୍ରଚାର ହେବା ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ଏହି ହାତୀପଲ ମଖାପଡ଼ା, ଜାହିଜିରା, ଚୁରାମୁଣ୍ଡା, କଞ୍ଚରା ଓ କହପାଳି ଗାଁକୁ ସଯୋଗ କରୁଥିବା ରାସ୍ତାକଡ଼ରେ ଆଡ୍‌ଡ଼ା ଜମାଇ ଥିବାରୁ ଏହି ସବୁ ଗ୍ରାମବାସୀମାନେ କୁତ୍ରା ବଜାରକୁ ସେମାନଙ୍କ ଦୈନଦିନ କାର୍ଯ୍ୟ ପାଇଁ ଆସି ପାରୁ ନାହାଁନ୍ତି। ଯଦିଓ ସ୍ଥାନୀୟ ଲୋକେ ବାଜା ବଜାଇ, ବାଣ ଫୁଟାଇ ହାତୀପଲ୍ଲକୁ କୁତ୍ରା ମେଡିକାଲ ଠାରୁ ଅଳ୍ପ ଦୂରକୁ ଘଉଡ଼ାଇ ଦେଇଛନ୍ତି, ତଥାପି ଲୋକଙ୍କ ଭିତରେ ବିଭିନ୍ନ ଆଶଙ୍କ ପ୍ରକାଶ ପାଇଛି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ସମ୍ଭବତଃ ଆଜି ରାତିରେ ଏହି ହାତୀ ପଲ୍ଲକୁ ଜଙ୍ଗଲ ଭିତରକୁ ଘଉଡ଼ାଇ ଦିଆଯିବ ବୋଲି ବନବିଭାଗ କହିଛି।

ସମ୍ବନ୍ଧିତ ଖବର