ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ନିର୍ମାଣାଧୀନ ଜିଲ୍ଲା ଦୌରାଜଜ୍ କୋର୍ଟର ଯାଂଚ

କାମ‌ର ମନ୍ଥରତାକୁ ନେଇ ବିଗଡ଼ିଲେ, ତୁରନ୍ତ କାମ ସାରିବାକୁ ଦେଲେ ନିର୍ଦେଶ

ଜୟପୁର : ଓଡ଼ିଶା ଉଚ୍ଚନ୍ୟାୟାଳୟ ପକ୍ଷରୁ ଧରାବନ୍ଧା ନିରୀକ୍ଷଣ ପ୍ରକ୍ରିୟା ମୁତାବକ ବିଚାରପତି କୃଷ୍ଣ ରାମ ମହାପାତ୍ର  କୋରାପୁଟ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଥିଲେ। ଆଜି କୋରାପୁଟରୁ ଜୟପୁର ଆସି ଜୟପୁର ଜିଲ୍ଲା ଦୌରାଜଜ୍ ତଥା ସେସନସ୍ ଜଜ୍ କୋର୍ଟ  ସମ୍ମୁଖରେ ଗାର୍ଡ ଅଫ ଓନର ନେଇଥିଲେ। କୋର୍ଟ ପରିସରରେ ଥିବା କୋର୍ଟ ସବଇନିସପେକ୍ଟରଙ୍କ ହାଜତକୁ ଯାଇ ତଦାରଖ କରିଥିଲେ । ଏହା ସହ ନୂଆ ଜିଲ୍ଲା ଦୌରାଜଜ୍ କୋର୍ଟ କାମର ଅଗ୍ରଗତି ଆଶାନୁରୁପ ନଥିବା ଦେଖି ବିଗଡିଥିଲେ । ଖୁବ ଶୀଘ୍ର କାମ ସାରିବାକୁ କହିଥିଲେ। ପୂର୍ତ୍ତ ଓ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ଭାସ୍କର ଚନ୍ଦ୍ର ସାମନ୍ତରାୟ , ଆର୍କିଟିକ୍ଟେ ରାଜୀବ ଗୁରୁଙ୍କୁ ନେଇ ପ୍ରଥମେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହା ପରେ  ବିଭିନ୍ନ ନ୍ୟାୟାଳୟ ଓ ଏହାର କାର୍ଯ୍ୟଧାରା ତଥା ଅଭାବ ଓ ଅସୁବିଧା ବାବଦରେ ନିରୀକ୍ଷଣ କରିଥିଲେ ।

ସମସ୍ତ କୋର୍ଟର ନିରୀକ୍ଷଣ ସାରିବା ପରେ ଜୟପୁର ଜିଲ୍ଲା ଓକିଲ ସଂଘର ସଭ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ସଂଘ କାର୍ଯ୍ୟାଳୟ ପାଇଁ ଦିଆଯାଇଥିବା ରୁମ ଛୋଟ ହେଉଥିବାରୁ ଆଉ ଗୋଟିଏ ରୁମ ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଥିଲା। ତେବେ ନୂଆ କୋର୍ଟରେ ଆଉ ରୁମ ଦେବା ସମ୍ଭବ ପର ନୁହେଁ ବୋଲି ବିଚାରପତି କହିଥିଲେ।  ଜୟପୁରରୁ ସେ ବଲାଙ୍ଗୀର ଅଭିମୁଖେ  ଫେରି ଯାଇଥିଲେ ।

ତାଙ୍କ ଗସ୍ତ ସମୟରେ ଜିଲ୍ଲା ଦୌରାଜଜ୍ ବିମଳ କୁମାର ଚାନ୍ଦ, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜକିଶୋର ନାୟର, ଜିଲ୍ଲା ଓକିଲ ସଂଘର ସଭାପତି ସରୋଜ ଦାଶ, ସଂପାଦକ ଆନନ୍ଦ ରଥ, ଉପସଭାପତି ହରିଶ୍ଚନ୍ଦ୍ର ମୁଦୁଲି, ବାର କାଉନସିଲ ସଭ୍ୟ ବିଷ୍ଣୁ ପ୍ରସାଦ ପାତ୍ର, ବରିଷ୍ଟ ଆଇନଜୀବୀ ଶଶାନନ୍ଦ ମିଶ୍ର, ବଳରାମ ଖରା, ଦୀନବନ୍ଧୁ ଅଗ୍ରୱାଲ, ବିଜି ରାୟ ଜେନା ଦେଓ,ଅନୁପ ପାତ୍ର, ରମାନାଥ ମିଶ୍ର, ରବିନ୍ଦ୍ର ପାତ୍ର, ନାନାଜି ଆଚାରୀ, ପିଣ୍ଟୁ ମାଝୀ, ବିରେଶ ପଟ୍ଟନାୟକ, ଦିବାକର ରାଓଙ୍କ ସହ ପୂର୍ତ୍ତବିଭାଗର ଏସଡିଓ ବିଜୟ ବେହେରା, ଜନସ୍ବାସ୍ଥ୍ୟ ବିଭାଗର ଏସଡିଓ ମାନସ ମହାଳିକ, ଜିପିଏଚର ଏସଡିଓ ଦିପ୍ତିରାଣୀ ଭୌମିକ, ଅତିରିକ୍ତ ତହସିଲଦାର ଅଶ୍ବିନୀ କୁମାର ମହାପାତ୍ର, ସାଉଥକୋ ନିର୍ବାହୀ ଯନ୍ତ୍ରୀ ବିକେ ମହାପାତ୍ରଙ୍କ ସମେତ ବହୁ ଆଇନଜୀବୀ ଓ ବିଚାରପତି ମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର