ବାହାଘର ପାଇଁ ଚାଲିଛି ହାଇଡ୍ରାମା : ୩ ଦିନ ହେଲା ଶଶୁର ଘର ଆଗରେ ଯୁବତୀଙ୍କ ଧାରଣା, ମୁହଁ ଖୋଲିଲେ ଶଶୁର

ନୂଆଦିଲ୍ଲୀ: ବ୍ରହ୍ମପୁରରେ ବାହାଘର ପାଇଁ ଚାଲିଛି ହାଇଡ୍ରାମା । ୩ ଦିନ ହେଲା ଶ୍ୱଶୁର ଘର ଆଗରେ ଧାରଣ ଦେଉଛନ୍ତି ଜଣେ ଯୁବତୀ । ଯୁବତୀଜଣଙ୍କ ୨ ରାତି ଯୁବକଙ୍କ ଘର ଆଗରେ ଧାରଣାରେ ବସିବା ପରେ ଆଜି ମୁହଁ ଖୋଲିଛନ୍ତି ତାଙ୍କ ଶଶୁର ପ୍ରମୋଦ ସାହୁ ।

ସେ କହିଛନ୍ତି, ପୁଅ ଡାକ୍ତର ସୁମିତ ସାହୁ ଯୁବତୀଙ୍କୁ କୋର୍ଟ ମ୍ୟାରେଜ କରିଥିଲେ । ହେଲେ ପରେ ପୁଅ ସୁମୀତ ନିଜ ଇଚ୍ଛାରେ ବୋହୂଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି । ତେଣୁ ସେ କୋର୍ଟରେ ଆବେଦନ କରିଛନ୍ତି । ଯୁବତୀଙ୍କ ସହ ବିବାହ ପାଇଁ ପରିବାର ପକ୍ଷରୁ କୌଣସି ପ୍ରକାର ପ୍ରତିଶ୍ରୁତି ଦିଆଯାଇନାହିଁ କି ବିବାହ ପାଇଁ କୌଣସି ଆୟୋଜନ ହୋଇନଥିଲା । କୋର୍ଟ ମ୍ୟାରେଜ କରିବା ପରେ ଛାଡପତ୍ର ପାଇଁ ଆବେଦନ କରିଛି ପୁଅ ।

ଅଭିଯୋଗ ଅନୁସାରେ ଗତ ୨୦୨୦ ମସିହାରେ ସୁମିତ ସାହୁ ନାମକ ଜଣେ ଡାକ୍ତର, ତପସ୍ୱିନୀଙ୍କୁ କୋର୍ଟରେ ବିବାହ କରିଥିଲେ । ଦୀର୍ଘ ୬ ମାସ ଏକାଠି ରହିବା ପରେ ତପସ୍ୱିନୀଙ୍କୁ ତାଙ୍କ ବାପ ଘରେ ଛାଡ଼ି ରୀତିନୀତି ଅନୁଯାୟୀ ବିବାହ କରି ଘରକୁ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସୁମିତ । କିନ୍ତୁ ଏହାରି ଭିତରେ ମାମଲା କୋର୍ଟକୁ ଯାଇଥିଲା । ବିବାହ କରାଇ ଦେବାକୁ ପୁଅର ବାପା ପ୍ରତିଶ୍ରୁତିି ମଧ୍ୟ ଦେଇଥିଲେ । ଦୁଇ ଦୁଇଥର ବିବାହ ପାଇଁ ଲଗ୍ନ ସ୍ଥିର ହୋଇଥିଲା । ଶେଷରେ ଆଜି ବିବାହ ପାଇଁ ଦିନ ଠିକ ହୋଇଥିଲା । କାର୍ଡ଼ ମଧ୍ୟ ବଣ୍ଟା ସରିଥିଲା । କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ବି ଝିଅ ଘରକୁ ଆସିନଥିଲେ ବର । ଏହାର ପ୍ରତିବାଦ କରି ବୋହୂବେଶରେ ଶଶୁର ଘରେ ପହଁଚି ଯାଇଥିଲେ କନ୍ୟା ।

ସମ୍ବନ୍ଧିତ ଖବର