କୋରାପୁଟ: ପୋଲ ହେବ, ଦେଶୀ ଡଙ୍ଗାରେ ଆଉ ଜୀବନକୁ ପାଣି ଛଢାଇ ଯିବାକୁ ପଡିବନି। କି ବର୍ଷା ୪ ମାସ ବେକ ପାଣି ଜୀବନକୁ ପାଣିଛଢାଇ ପାହାଡି ନଦୀରେ ଯିବାକୁ ପଡିବନି। ଏପରି ଭାବି କିଛି ବର୍ଷ ତଳେ ବୋରିଗୁମମ୍ମାର ଚବେରୀ, ଦଶମନ୍ତପୁରର ମାଳିବିଶାଳୀ ନଦୀ ପୋଲ ନିର୍ମାଣ ପାଇଁ ଏହି ନଦୀ ଉପରେ କାମ ହୋଇଥିଲା। କୋରାପୁଟ ଜିଚଲ୍ଲା ବୋରିଗୁମ୍ମା ଓ ଦଶମନ୍ତପୁର ବ୍ଲକ ବାସୀଙ୍କ ମନରେ ଆସିଥିଲା ଏପରି ଭାବନା। ସେମାନଙ୍କର ଖୁସିର ସୀମା ରହି ନଥିଲା ହେଲେ ସେବର ଖୁସି ଆଉ ଏବେ ନାହିଁ। ପୂର୍ବରୁ ଅବସ୍ଥା ଯେମିତି ଥିଲା ଏବେ ବି ସେହି ଅବସ୍ଥା। ଯେମିତି ଜୀବନକୁ ପାଣି ଛଢାଇ ଭରା ନଦୀ ପାର କରୁଥିଲେ ଏବେ ବି ସେହି ତିମିରେ।
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମାଳିବିଶାଳୀ ନଦୀ ଉପରେ ୨କୋଟି ୮୦ ହଜାର ଟଙ୍କା ବିନିମୟରେ ଏକ ହାଇ ଲେବୁଲ ବ୍ରିଜ ନିର୍ମାଣ ପାଇଁ ସରକାର ୭.୮.୨୦୧୭ରେ କାର୍ଯ୍ୟ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ୬.୧.୨୦୧୯ ସୁଦ୍ଧା କାର୍ଯ୍ୟ ଶେଷ ହେବାକୁ ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନସୁଦ୍ଧା କେବଳ ଫାଉଣ୍ଡସେନ କାର୍ଯ୍ୟ ଆରମ୍ଭ କରି କାର୍ଯ୍ୟ ନିର୍ବାହୀ ସଂଯସ୍ଥା ଏନବିସିସି ଭାରତ ଲିମିଟେଡ୍ ଚୁପ ହୋଇ ବସିଛି। ଗ୍ରାମ ଉନ୍ନୟନ ମନ୍ତ୍ରଣାଳୟ ଦ୍ବାରା ଭାରତ ସରକାରଙ୍କ ଅର୍ଥରେ ଏହି ପ୍ରକଳ୍ପ ଅନୁମୋଦିତ ହୋଇଥିବାବେଳେ କାର୍ଯ୍ୟଦେଶ ପାଇଥିବା ସଂସ୍ଥା ଭଗବତୀ କନଷ୍ଟ୍ରକସନ ନାମକ ଏକ ଠିକା ସଂସ୍ଥାକୁ ହାତ ଟେକି ଦେଇଛି। ଯାହା କି ଅବଧି ଶେଷ ହୋଇ ତିନିବର୍ଷ ଶେଷ ହେଲାଣି ହେଲେ ବି କାମ ଇଞ୍ଜେ ମଧ୍ୟ ଆଗେଇ ପାରିନି।
/sambad/media/post_attachments/wp-content/uploads/2022/08/kpt-road-problem-3.jpg)
୨୦୧୭ ମସିହାରେ ସରକାର ନିଷ୍ପତ୍ତି ନେଲେ, ବ୍ୟୟ ଅଟକଳ ହେଲା ୨ କୋଟି ୭୭ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର ହେଲା। ୨୦୧୭ ଅଗଷ୍ଟ ୭ରେ କାର୍ଯ୍ୟ ଆରମ୍ଭ ହେଲା। ୨୦୧୯ ଜାନୁଆରୀ ୬ ତାରିଖରେ କାର୍ଯ୍ୟ ଶେଷ ହେବା କଥା ହେଲେ ଏବେ ଯାଏଁ ସେତୁ ଭେଳିକି ହୋଇ ରହିଯାଇଥିବାରୁ ନଦୀ ସପଟେ ଥିବା ସଲପଗୁଡା, କୁଣ୍ଡାଗୁଡା, ତେନ୍ତୁଳିଗୁଡା, ମଧୁବିଶାଳି ଭଳି ୬ ଖଣ୍ଡ ଗାଁର ଲୋକ ଦୁଃଖ ପାଉଛନ୍ତି। କାରଣ ନଦୀ ସେପଟେ ଗାଁ ଏପଟେ ପଞ୍ଚାୟତ ମୁଖ୍ୟାଳୟ। ରାତି ପାହିଲେ ନଦୀକୁ ଡେଇଁ ଆସିବାକୁ ହୁଏ। ଅନୁରୂପ ଭାବେ ଚବେରୀ ନଦୀ ଉପରେ ଡମ୍ବ ତୁରୁଞ୍ଜି ଓ ପଟାରାଙ୍ଗିଣିରେ ଦୁଇ ଗୋଟି ହାଇଲେବୁଲ ବ୍ରିଜ ମଧ୍ୟ ତନିବର୍ଷ ହେଲା ନିର୍ମାଣ କାମ ନ ହୋଇ ଅଧାରେ ଅଟକିଛି। ଯେଉଁଥିପାଇଁ ଜୀବନକୁ ବାଜି ଲଗାଇ ଭରା ନଦୀ ପାର ହେଉଛନ୍ତି ଲୋକେ।
/sambad/media/post_attachments/wp-content/uploads/2022/08/kpt-road-problem-5.jpg)
ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ହରଡାଗୁଡାରେ ତିନିବର୍ଷ ହେବ ପୋଲ କାମ ଚାଲିଛି ଯେ ଚାଲିଛି ଶେଷ ହେବା ନାଁ ନେଉନି। ପଟାରାଙ୍ଗିଣି ଗାଁ ଲୋକଙ୍କ ବାରମ୍ବାର ଦାବି ପରେ ମଧ୍ୟ ସ୍ଥୟୀ ପୋଲ ଆରମ୍ଭ ସିନା ହୋଇଗଲା ହେଲେ ତନିବର୍ଷ ହେଲା ଶେଷ ହୋଇପାରୁନି କାମ। ନିର୍ମାଣଧୀନ ପୋଲର କାର୍ଯ୍ୟ ଏତେ ମନ୍ଥରରେ ଚାଲିଛି ଯେ ଆସନ୍ତା ଦୁଇ କିମ୍ବା ତିନିବର୍ଷ ଏହା ଶେଷ ହେବା ପରି ମନେ ହେଉନି। ଫଳରେ ବ୍ଲକର ଡମ୍ବତୁରୁଞ୍ଜି, ଚଳବେଢା, ଲକଡିସିଲ, ଭାଲୁମୋବୁଲି, ଦିଶାରୀଗୁଡା, ହରଡାଗୁଡା ଏବଂ ପଟାରାଙ୍ଗୀଣି ଗାଁର ଲଟିକଟରା, ସିମିନାପଦର, ଝୋଲାଗୁଡା,ଦୋବାପଦର, ପାଟିଆସିଲ, କେଲିଆଗୁଡା, କୋଡିକ ପଦର, ଡମୁଯୋଡି ଓ ବାଣୁଆଗୁଡାଁ ଗାଁର ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି।ତେବେ ନିକଟରେ କୋରାପୁଟ ଜିଲ୍ଲା ଗସ୍ତରେ ଆସିଥିଲେ ଆରଡି ମନ୍ତ୍ରୀ ପ୍ରତିରଞ୍ଜନ ଘଡେଇ।
/sambad/media/post_attachments/wp-content/uploads/2022/08/kpt-road-problem.jpg)
ସେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ଜିଲ୍ଲାପାଳ, କାର୍ଯ୍ୟାଦେଶ ପାଇଥିବା ସଂସ୍ଥାର ଅଧଇକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ସେ ଅସମ୍ପୁର୍ଣ୍ଣ ରହିଥିବା ବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ କୋରାପୁଟ ଏନବିସିସିର ନିର୍ବାହୀ ଅଧିକାରୀ କମଲ ପଟେଲ କହିଛନ୍ତି ଯେ ଏହି ଦୁଇ ବ୍ଲକର ତିନିଟି ପଞ୍ଚାୟତରେ ନିର୍ମାଣଧୀନ ରହିଥିବା ପୋଲର କାର୍ଯ୍ୟ ଆଶାତିତ ଭାବେ ବିଳମ୍ବ ହୋଇଛି। ଆସନ୍ତା କିଛି ମାସ ମଧ୍ୟରେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ ଶେଷ କରିବାକୁ ଆମେ ପ୍ରୟାସ ଜାରି ରଖିଛୁ ବୋଲି ସେ କହିଛନ୍ତି।