ଖୋର୍ଦ୍ଧାରୁ ରାଜ୍ୟର ତୃତୀୟ ସର୍ବାଧିକ ୱାରେଣ୍ଟି ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରୁ ରାଜ୍ୟର ତୃତୀୟ ସର୍ବାଧିକ ୱାରେଣ୍ଟି ଗିରଫ ହୋଇଛନ୍ତି । ଏନେଇ ଖୋର୍ଦ୍ଧା ଗ୍ରାମାଂଚଳ ପୁଲିସ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା କହିଛନ୍ତି ଯେ ଚଳିତ ମାସ ୧୬ ତାରିଖରୁ ୨୫ ତାରିଖ ମଧ୍ୟରେ ୱାରେଣ୍ଟି ଧରପଗଡ଼ରେ ଖୋର୍ଦ୍ଧାରୁ ୫୪୭ଜଣ ଗିରଫ ହୋଇଛନ୍ତି ।

ବିଭିନ୍ନ ମାମଲାରେ ଜଡ଼ିତ ଥିବା ୧୬୫୨ଟି ଗିରଫ ପରୱାନା ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୫୪୭ଜଣଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କ ମଧ୍ୟରୁ ହତ୍ୟା, ଧର୍ଷଣ, ଡକାୟତି, ରାହାଜାନି ଆଦି ଗୁରୁତର ଅପରାଧରେ ଜଡ଼ିତ ଥିବା ୫୭ଜଣ ଅଭିଯୁକ୍ତ ଅଛନ୍ତି ।

ଆଦର୍ଶ ଥାନାରୁ ୮୯ଜଣ, ସଦର ଥାନାରୁ ୬୯, ବାଘମାରିରୁ ଜଣେ, ବେଗୁନିଆରୁ ୫୩, ବୋଲଗଡ଼ରୁ ୩୬, ଜଙ୍କିଆରୁ ୪୭, ନିରାକାରପୁର ଥାନାରୁ ୪୫, ଟାଙ୍ଗୀ ଥାନାରୁ ୯୨, ବାଲୁଗାଁରୁ ୩୦, ବାଣପୁରରୁ ୮୫ଜଣଙ୍କୁ ଗିରଫ କରାଯାଇଛି ।

ସମ୍ବନ୍ଧିତ ଖବର