ଜୟପୁର: ହିମାଚଳ ପ୍ରଦେଶର ହିମାଳୟ ପର୍ବତଶ୍ରେଣୀ ମାଳରେ ଥିବା ପଂଚ କେଦାର ମଧ୍ୟରେ ଥିବା ପ୍ରସିଦ୍ଧ କି‌ନ୍ନୌର କୈଳାସ ପର୍ବତ ଚଢ଼ି ସେଠାରେ ଥିବା ଶିବଙ୍କ ଦର୍ଶନ କରି ଫେରିଛନ୍ତି ଜୟପୁର ଡଙ୍ଗରିଆ ଗୃପ ସଦସ୍ୟ ରଘୁନାଥ ସ୍ବାଇଁ ଓ ମାନସ ସାହୁ। ଶିମଳା ଠାରୁ ୨୬୦ କିଲୋମିଟର ଦୁରରେ ଥିବା ରେକୋଙ୍ଗ ପେଓ ଦେଇ କଳପା ନିକଟରେ ଥିବା ହିମାଳୟ ପର୍ବତଶ୍ରେଣୀ ମାଳରେ କୈଳାଶ ବରପ ଶୃଙ୍ଗ ମଧ୍ୟରେ ଏହା ୪ର୍ଥ। ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ଥର ଲାଗି ଏହି ଦୁଇ ଜଣ ଯାଇଥିବା ଦାବି କରିଛନ୍ତି ଡଙ୍ଗରିଆ ଗୃପର ମୁଖ୍ୟ ସଂଯୋଜକ ରାଜେଶ ପାଣିଗ୍ରାହୀ। ସୂଚନା ଅନୁଯାୟୀ, ବିଶ୍ବ ପ୍ରସିଦ୍ଧ ପଂଚ କେଦାର ଅର୍ନ୍ତଗତ ୫ଟି ‌କୈଳାସ ପର୍ବତ ମାଳା ମଧ୍ୟରେ ମାନସରୋବର ତିବତରେ ରହିଛି।

Advertisment

ଉତ୍ତରାଖଣ୍ଡରେ ଆଦି କୈଳାସ, ହିମାଚଳ ପ୍ରଦେଶରେ ଶ୍ରୀଖଣ୍ଡ ମହାଦେବ, କି‌ନ୍ନୌର କୈଳାସ ଓ ମଣି ମାନସରୋବର ରହିଛି। ମହାଦେବଙ୍କ ଶ୍ରଦ୍ଧାଳୁ ଭକ୍ତ ଏହି ୫ଟି ସ୍ଥାନକୁ ଯାଇ ଦର୍ଶନ କରିଥାନ୍ତି। ଶିମଳା ଠାରୁ ୨୬୦ କିଲୋମିଟର ଦୁରରେ ଥିବା ରେକୋଙ୍ଗ ପେଓ ଦେଇ କଳପା ସାଙ୍ଗଲା ବେସକ୍ୟାମ୍ପ ସମୁଦ୍ରପତ୍ତନ ଠାରୁ ୧୮୦୦୦ଫୁଟ ଉପରକୁ ଯାଇ କି‌ନ୍ନୌର କୈଳାସଙ୍କ ଦର୍ଶନ କରିବାକୁ ପଡ଼ିଥାଏ। ବିପଦସଂକୁଳ ସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ଜୟପୁରରୁ ଡଙ୍ଗରିଆ ଗୃପ ସଦସ୍ୟ ରଂଜନ ସ୍ବାଇଁ ଓ ମାନସ ସାହୁଙ୍କୁ ନେଇ ଗତ ୨୪ତାରିଖ ଦିନ ଜୟପୁରରୁ ବାହାରି ଥିଲେ। ଗତ କାଲି ଶିମଳାରୁ କଳପା ଗାଁରେ ଥିବା ସାଙ୍ଗଲା ବେସ କ୍ୟାମ୍ପରେ ପହଚିଂବା ପରେ ୧୪କି‌ଲୋମିଟର ପର୍ବତାରୋହଣ କରିବା ପରେ ଗଣେଶ ଟପରେ ବିଶ୍ରାମ କରିଥିଲେ। ସେଠାରେ ବସବାସ କରୁଥିବା ସ୍ଥାନୀୟ ବାସିନ୍ଦା ଏମାନଙ୍କୁ ଖାଦ୍ୟ ଯୋଗାଇଥିଲେ। ଏହାପରେ ରାତି ଦୁଇଟା ବେଳେ ପୁଣି ବାହାରି ୬କିଲୋ ମିଟର ପର୍ବତାରୋହଣ କରିବା ପରେ କି‌ନ୍ନୌର କୈଳାସଙ୍କ ଦର୍ଶନ କରିଥିଲେ। ପୁଣି ୬କିଲୋମିଟର ଦର୍ଶନ ସାରି ଓହ୍ଲାଇବା ପ୍ରକ୍ରିୟା ଆରମ୍ଭ କରିଥିବା କହିଛନ୍ତି ରଂଜନ। ବର୍ଷକରେ ଥରେ ୧୫ଦିନ ପାଇଁ ଏହି ପର୍ବତାରୋହଣ ଓ ମହାଦେବ କି‌ନ୍ନୌର କୈଳାସଙ୍କ ଦର୍ଶନ ଅନୁଷ୍ଠିତ ହୋଇଥାଏ।

publive-image Sambad

ଏହି ବର୍ଷ ଅଗଷ୍ଟ ୧ରୁ ୧୫ତାରିଖ ପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ କରାଯାଇଥିଲା। ହିମାଚଳ ପ୍ରଦେଶରେ ହୋଇଥିବା ଭୁସ୍କଳନ ଆଦି ପାଇଁ ଏହାକୁ ବାତିଲ୍ କରାଯାଇ ୧୫ରୁ ୩୦ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ଏହି କ୍ରମରେ ଏହି ଦୁହେଁ କି‌ନ୍ନୌର କୈଳାସଙ୍କ ଦର୍ଶନ କରିବା ସହ ଗୃପର ମୁଖ୍ୟ ସଂ‌ଯୋଜକ ରାଜେଶ ପାଣିଗ୍ରାହୀ ଓ ଅନ୍ୟ ସଦସ୍ୟଙ୍କୁ ଭିଡିଓ କଲ କରି ରଂଜନ ଦର୍ଶନ କରାଇଥିଲେ। ଏଠାକୁ ଏହି ୧୫ଦିନରେ ୨୫୦୦ଲୋକ ହିଁ ଦର୍ଶନ କରିବାକୁ ଯାଉଥିବା ବେଳେ ସେଥିରୁ କିନ୍ନୈର ଜିଲ୍ଲାର ୧୫୦୦ଶ୍ରଦ୍ଧାଳୁ ଭକ୍ତ ରହିଥିବା ବେଳେ ବଳକା ଏକ ହଜାର ସମଗ୍ର ଭାରତବର୍ଷର ଦୁଃସାହସିକ କ୍ରୀଡାକୁ ଭଲ ପାଉଥିବା ଶ୍ରଦ୍ଧାଳୁ ଭକ୍ତ ରହିଥାନ୍ତି ବୋଲି କହିଛନ୍ତି ରଂଜନ। ଏଠାରୁ ହିମାଲୟର ସୁନ୍ଦର ଦୃଶ୍ୟ ଅତ୍ୟନ୍ତ ମନୋହର। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ମଧ୍ୟ ଏଠାରେ ମନୋରମ। ସେଓ ଅରଚାର୍ଡ, ପାଇନ ଜଙ୍ଗଲ ଓ ବିଶାଳ ଦେଓଧର ବୃକ୍ଷୀର ଜଙ୍ଗଲ ମଝିରେ ଏହି ଅଂଚଳ ରହିଛି। ଉଭୟଙ୍କୁ ଡଙ୍ଗରିଆ ଗୃପର ମୁଖ୍ୟ ରାଜେଶ ପାଣିଗ୍ରାହୀ ଶୁଭେଚ୍ଛା ଜଣାଇବା ସହ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଏ‌ମାନେ ପ୍ରଥମ ଦୁଃସା‌ହାସିକ କ୍ରୀଡା ଏବଂ ପର୍ବତାରୋହଣକାରୀ ବୋଲି କହିଛନ୍ତି। ରଂଜନ ଏଥି ପୂର୍ବରୁ ରାଜେଶଙ୍କ ସହ ମିଶି ମଣି ମହେଶ ଯାଇ ମହାପ୍ରଭୁ ମହାଦେବଙ୍କ ଅଲୈକିକତାର ଦର୍ଶନ କରି ଫେରିଥିବା କହିଛନ୍ତି ରାଜେଶ।