ବୁର୍ଲା: ହୀରାକୁଦର ମୋଟା ୫ଟି ଗେଟ ଦେଇ ବର୍ତ୍ତମାନ ବନ୍ୟା ଜଳ ନିଷ୍କାସିତ ହେଉଛି | ବାମ ପାର୍ଶ୍ଵର ୩ଟି ଓ ଡାହାଣ ପାର୍ଶ୍ଵର ୨ଟି ଗେଟ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଥିବାବେଳେ ବର୍ତ୍ତମାନ ହୀରାକୁଦ ମଧ୍ୟକୁ ୧ ଲକ୍ଷ ୮ ହଜାର ୭୦୫ କ୍ୟୁସେକ ପାଣି ପ୍ରବେଶ କରୁଛି | ସେହିପରି ୫ଟି ଗେଟ ଦେଇ ୧ ଲକ୍ଷ ୧୬ ହଜାର ୭୩୧ କ୍ୟୁସେକ ପାଣି ନିଷ୍କାସିତ ହେଉଛି |

Advertisment

ସେଥିରୁ ୩୭,୨୪୯ କ୍ୟୁସେକ୍ ଜଳ ପାୱାର ଚାନେଲ ଦେଇ ମହାନଦୀରେ ନିଷ୍କାସିତ ହେଉଥିବା ବେଳେ ୩୦୭୩ କ୍ୟୁସେକ୍ ଜଳସେଚନ ନିମନ୍ତେ କେନାଲଗୁଡ଼ିକରେ ଛଡ଼ାଯାଇଛି। ସ୍ପିଲ ୱେରେ ୭୬୧୩୫ କ୍ୟୁସେକ ପାଣି ନିଷ୍କାସିତ ହେଉଛି | ଉଲ୍ଲେଖ ଥାଉ କି ଗତକାଲି ସକାଳେ ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବା ପରେ ଗେଟ ଖୋଲାଯାଇଥିଲା । ରବିବାର ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ପାରଂପରିକ ରୀତିରେ ପୂଜାର୍ଚ୍ଚନା ପରେ ହୀରାକୁଦ ଜଳଭଣ୍ଡାର ପର୍ଯ୍ୟାୟ‌କ୍ରମେ ୫ଟି ଗେଟ୍ ଖୋଲାଯାଇଥିଲା।