ସମ୍ବଲପୁର: ଆଜି ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରକୁ ଜଳ ନିଷ୍କାସନ କରାଯାଉଛି। ଆଜି ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୪୩ ଫୁଟ୍ରେ ଖସିଛି। ଜଳଭଣ୍ଡାରକୁ ୧,୦୮,୪୫୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସର୍ବମୋଟ ୨, ୨୦,୭୯୬ କ୍ୟୁସେକ୍ ପାଣି ଜଳଭଣ୍ଡାରରୁ ନିଷ୍କାସିତ ହେଉଛି।
ଜଳଭଣ୍ଡାରର ବାମ ପାର୍ଶ୍ବର ୮ଟି ଏବଂ ଡାହାଣ ପାର୍ଶ୍ବର ୪ଟି ଗେଟ୍ ଦେଇ ୧,୭୯,୯୫୨ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୭,୧୬୩ କ୍ୟୁସେକ୍ ପାଣି ମହାନଦୀକୁ ଛଡ଼ାଯାଇଛି। ଜଳସେଚନ ପାଇଁ କେନାଲଗୁଡ଼ିକରେ ୩,୪୦୭ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ୨୭୪ କ୍ୟୁସେକ୍ ପାଣି ଶିଳ୍ପସଂସ୍ଥାଗୁଡ଼ିକୁ ଦିଆଯାଉଛି।