ଯୋଡ଼ା: ଯୋଡ଼ା ଥାନା ୫୨୦ ନମ୍ବର ଜାତୀୟ ରାଜପଥର ବିଲେଇପଦା ଛକରେ ଟ୍ରକ୍‌ ଧକ୍କାରେ ଆଜି ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରଘୁଆଳସାହିର ସୋମନାଥ ମୁଣ୍ଡା (୪୦)। ସୋମନାଥ ବିଲେଇପଦାରେ ଥିବା ଏକ କମ୍ପାନିରେ କାର୍ଯ୍ୟ କରୁଥିଲେ। ଆଜି ଅପରାହ୍‌ଣରେ ସେ ବାଇକ୍‌ରେ କାର୍ଯ୍ୟକ୍ଷେତ୍ରକୁ ଯାଉଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ୍ (ଜେଏଚ୍-୦୯-ବିଏ-୭୭୦୪) ତାଙ୍କୁ ଧକ୍କା ଦେବା ସହ କିଛି ଦୂର ଘୋଷାରି ନେଇଥିଲା। ଘଟଣାସ୍ଥଳରେ ସୋମନାଥଙ୍କ ମୃତ୍ୟୁ ଘଟିଥିଲା।

Advertisment

ଏହାପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ବିଲେଇପଦା ଛକରେ ଟ୍ରାଫିକ ପୋଷ୍ଟ ନିର୍ମାଣ ଦାବି କରି ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ।