ଗିନିଜ ବୁକ ରେକର୍ଡ ନିଶା: ଗୋଟିଏ ଆଙ୍ଗୁଠିରେ ୩ ଘଣ୍ଟା ହକି ଷ୍ଟିକ ବାଲାନ୍ସ କଲେ ଯୁବକ

କଣ୍ଟାବାଞ୍ଜି: ଗୁରୁବାର ସକାଳ ହରିଭବନ ଠାରେ ଗିନିଜ ବୁକ ରେକର୍ଡ ରଖିବା ନିଶାରେ ରାଜ ଗୋପାଳ ଭୋଇ ବିଶ୍ୱରେ ସବୁଠାରୁ ବେଶୀ ସମୟ ଏକ ଆଙ୍ଗୁଠିରେ ୩ ଘଣ୍ଟା ୩୫ ମିନିଟ ହକି ଷ୍ଟିକ ବ୍ୟାଲାନ୍ସ କରି ଗିନିଜ ବିଶ୍ୱ ରେକର୍ଡ କରିବା ପାଇଁ ପ୍ରୟାଶ କରିଛନ୍ତି । ରାଜ ଗୋପାଳ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ,ତୁରେକେଲା ବ୍ଲକର ଜାମୁଟଝୁଲା ଗାଁର ବୋଲି ସୂଚନା ମିଳିଛି । ଆଜିର ଏହି କାର୍ଯ୍ୟକ୍ରମରେ ଗିନିଜ ବିଶ୍ୱ ରେକର୍ଡ ଗାଇଡ଼ଲାଇନ ଅନୁସାରେ ଟାଇମ କିପର ଭାବରେ ବୈଷ୍ଣବ କବାଟ ଏବଂ ଅଜୁ ଜାନୀ, ସାକ୍ଷୀ ପ୍ରମାଣ ପାଇଁ ଘନ ସତନାମୀ ଏବଂ ଦୋଳ ନେତ୍ର ମାଝି ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ସତ୍ୟପୀର ପ୍ରଧାନ ପରିଚାଳନା କରିଥିଲେ ।

ରଜ ଗୋପାଳ ଭୋଇଙ୍କ ପ୍ରତିକ୍ରିୟା ଅନୁସାରେ ସତ୍ୟପୀର ପ୍ରଧାନଙ୍କର ଦ୍ୱିତୀୟ ଗିନିଜ ବିଶ୍ୱ ରେକର୍ଡ ଦେଖି ତାଙ୍କଠୁ ଅନୁପ୍ରେରିତ ହୋଇ ତାଙ୍କ ମନରେ ରେକର୍ଡ କରିବା ପାଇଁ ଇଛା ହୋଇଥିଲା । ତାପରେ ହକି ଷ୍ଟିକ ବାଲାନ୍ସରେ ରେକର୍ଡ କରିବେ ବୋଲି ସ୍ଥିର କରିଥିଲେ । ଏହାକୁ ଦେଢ଼ ବର୍ଷ ହେଲା ସେ ଅଭ୍ୟାସ କରି ଆସୁଛନ୍ତି।

କର୍ଣ୍ଣାଟକ ରାଜ୍ୟର  ହିମାଂଶୁ ଗୁପ୍ତା ୨ ଘଣ୍ଟା ୨୨ ମିନିଟ ୨୨ ସେକେଣ୍ଡ ହକି ଷ୍ଟିକ ବାଲାନ୍ସ କରି ରେକର୍ଡ ସ୍ଥାପନ କରିଥିଲେ। ଏହି ରେକର୍ଡକୁ  ବ୍ରେକ କରି ୩ ଘଣ୍ଟା ୩୫ ମିନିଟ ହକି ଷ୍ଟିକ ବ୍ୟାଲାନ୍ସ କରି ଗିନିଜ ବିଶ୍ୱ ରେକର୍ଡ ପାଇଁ ସଫଳ ହୋଇପାରିଛନ୍ତି ରାଜ ଗୋପାଳ ଭୋଇ । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲା କ୍ରିଡା ଅଧିକାରୀ ରାଜେନ୍ଦ୍ର ବଢ଼ାଇ, କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କନ୍ଦନଙ୍କେଳ, ବରିଷ୍ଠ କ୍ରିଡାବିତ ବିଜୟ ବଂସଲ, ସନ୍ତୋଷ ଅଗ୍ରୱାଲ, ଅଚ୍ୟୁତ କୁମାର ସାହୁ, କେଦାର କବାଟ, ନିଲକମାଲ ସାହୁ, ଶୁଭେନ୍ଦ୍ର ମହାନ୍ତି, ସତ୍ୟବ୍ରତ ମିଶ୍ର, ଚିନ୍ମୟ ଯୋଶୀ, ଅଶୋକ ଦାସ ପ୍ରମୁଖ ଉପସ୍ଥିତ ରହି ବଲାଙ୍ଗୀର ଜିଲ୍ଲା ପାଇଁ ଗୌରବ ଆଣି ଥିବାରୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର