ସୁନ୍ଦରଗଡ଼: କୋଇଡାରେ ଘର ଭାଙ୍ଗିଲେ ବଣୁଆ ହାତୀ

ରାଉରକେଲା : ବଣୁଆ ହାତୀଙ୍କ ଉପଦ୍ରବ । ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତର ସର୍ଗିଗଡ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବଣୁଆ ହାତୀମାନେ ଗ୍ରାମର ଲୋକ ମାନଙ୍କ ନିଦ ହଜେଇ ଦେଇଛନ୍ତି । ୪  ରୁ ୬ ହାତୀ ଆସି ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଗୋଟିଏ ଘର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ଗ୍ରାମର ଅନ୍ୟ ଜଣଙ୍କ ଘରେ ପଶି ୨ କୁଇଣ୍ଟାଲ ମକ୍କା ଖାଇ ସାରି ଜିନିଷପତ୍ର ନଷ୍ଟ କରିଛନ୍ତ ହାତୀ ପଲ । ଏଥିସହ ଅନ୍ୟ ଲୋକଙ୍କ ଫସଲ ମଧ୍ୟ ଦଳି ଚକଟି ନଷ୍ଟ କରି ଦେଇଛନ୍ତି l

ସେପଟେ ବନବିଭାଗକୁ ଖବର ଦେଲେ ମଧ୍ୟ କୈଣସି ପଦକ୍ଷେପ ନିଆଯାଉ ନାହିଁ । କିନ୍ତୁ ଗରିବ ଲୋକଙ୍କ ଖାଦ୍ୟ ଶସ୍ୟ ଖାଇବା ସହିତ ଦଳି ଚକଟି ନଷ୍ଟ କରିଦେଉଛନ୍ତି ଏହି ହାତୀ ପଲ । ହାତୀ ନଷ୍ଟ କରିଥିବା ଜିନିଷପତ୍ରର କ୍ଷତି ପୂରଣ କରାଯାଉନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର