କୁତ୍ରା: ସଡ଼କ ଦୁର୍ଘଟଣାରେ ଶୁକ୍ରବାର ଜଣେ ଗ୍ରାମରକ୍ଷୀଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ କୁତ୍ରା ଥାନା ଅନ୍ତର୍ଗତ ଖତକୁର ବାହାଲ ଗ୍ରାମର ମହେଶ୍ୱର ବୁଡ଼ା (୫୫) ଆଜି ପୂର୍ବାହ୍ନ ୮ଟାରେ ଡ୍ୟୁଟିରେ ଯାଇଥିଲେ। ସେ ଅପରାହ୍ଣ ୪ଟାରେ ଫେରିଥିଲେ। ଫେରିବା ବାଟରେ ସିଧା ଘରକୁ ନଆସି ଭଣଜା ଘରକୁ ଯାଇଥିଲେ। ପରେ ଭଣଜା ଘର ଠାରୁ ରାତି ୯ଟାରେ ନିଜ ଘରକୁ ଫେରିବା ବାଟରେ ଦୁର୍ଘଟଣା ଶିକାର ହୋଇଥିଲେ। ମହେଶ୍ୱରଙ୍କୁ ୧୦୮ ଆମ୍ବୁଲାନ୍ସରେ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା, ମାତ୍ର ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ସୁନ୍ଦରଗଡ଼: ସଡ଼କ ଦୁର୍ଘଟଣାରେ ଗ୍ରାମରକ୍ଷୀଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2019/03/Kutra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)