୭୦୦୦ ଲିଟର ଦେଶୀମଦ, ପୋଚ ଜବତ

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା, ଟାଙ୍ଗୀ ଓ ବେଗୁନିଆ ଅବକାରୀ ବିଭାଗର ମିଳିତ ଚଢ଼ଉରେ ପ୍ରାୟ ୭ହଜାର ଲିଟର ଦେଶୀ ମଦ, ପୋଚ ଆଦି ଜବତ କରାଯିବା ସହ ମଦ ଭାଟିକୁ ନଷ୍ଟ କରାଯାଇଛି ।

ଏନେଇ ସୂଚନା ଦେଇ ଖୋର୍ଦ୍ଧା ଅବକାରୀ ନିରୀକ୍ଷକ, ଭୈରବ ସାହୁ କହିଛନ୍ତି ଯେ ଆଜି ସକାଳ ୬ଟାରୁ ଅଭିଯାନ ଆରମ୍ଭ ହୋଇଥିଲା । ଟିମ୍ରେ ଖୋର୍ଦ୍ଧା, ଟାଙ୍ଗୀ ଓ ବେଗୁନିଆର ଅବକାରୀ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ । କଳାପଥର, କୋଟସିଂହ, ଖରଡ଼ାପଲ୍ଲୀରେ ଚଢ଼ଉ କରାଯାଇ ୭୦୦୦ଲିଟର ଦେଶୀମଦ, ପୋଚ, ମଦ ତିଆରି ସାମଗ୍ରୀ ଜବତ କରାଯାଇ ନଷ୍ଟ କରିଦିଆଯାଇଥିଲା । ଏହା ସହ ୨ଟି ମଦଭାଟି ଭଙ୍ଗାଯାଇଥିଲା । ତେବେ ଘଟଣାରେ କୌଣସି ବ୍ୟକ୍ତି ଗିରଫ ହୋଇନଥିବା ବେଳେ ଏହି ମଦଭାଟି ଗୁଡ଼ିକ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସମ୍ବନ୍ଧିତ ଖବର