୩୦ବୋତଲ ବିଦେଶୀ, ୩ ଶହ ଲିଟର ଦେଶୀ ମଦ ଜବତ ; ଦୁଇ ମଦ ବେପାରି ଗିରଫ

ରାଉରକେଲା: ବିଶ୍ରା ଥାନା ଅଞ୍ଚଳରେ ଆଜି ପୁଣି ଅବକାରୀ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି। ବିଦେଶୀ ମଦ ଚୋରାଚାଲାଣ ଓ ବିକ୍ରି କରୁଥିବା ଅଭିଯୋଗରେ ଅବକାରୀ ବିଭାଗ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ସ୍ଥାନୀୟ ଖୁଣ୍ଟଗାଁର ରାଜେନ୍ଦ୍ର ଗୋପ ଓ ଛୋଟେଲାଲ ମୁଣ୍ଡା। ଉଭୟଙ୍କଠାରୁ ୩୦ ବୋତଲ ବିଦେଶୀ ମଦ ଜବତ ହୋଇଛି ।

ଏହାସହ ଦେଶୀ ମଦ ରନ୍ଧା ହେଉଥିବା ସ୍ଥାନରେ ଚଢ଼ଉ କରାଯାଇଥିଲା । ବିଶ୍ରା ଥାନା ଅନ୍ତର୍ଗତ ସାଗଯୋର ନାଲା କଡ଼ରେ କିଛି ଲୋକ ଦେଶୀ ମଦ ରାନ୍ଧୁଥିଲେ। ଏତିକିବେଳେ ଅବକାରୀ ପୁଲି ଅତର୍କିତ ଚଢ଼ଉ କରି ୩ ଶହ ଲିଟର ଦେଶୀ ମଦ ଓ ୧୫ ହଜାର ଶହେ କେଜି ମହୁଲ ପୋଚକୁ ଜବତ କରିଛି । ତେବେ ମଦ ବେପାରିମାନେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ । ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ଅବକାରୀ ଏସ୍‌ଆଇ ମାନସ ମୁଣ୍ଡା, ରମାକାନ୍ତ ଚାନ୍ଦ, ଶ୍ରୀଧର ମହାନ୍ତିଙ୍କ ସମେତ ବିଶ୍ରା ପୁଲିସ କର୍ମଚାରୀ ସାମିଲ ଥିଲେ ।

ସମ୍ବନ୍ଧିତ ଖବର