ଦେଶୀ ମଦ ଜବତ: ୧ ଗିରଫ

ରାଉରକେଲା: ଦେଶୀ ମଦ ଚୋରାଚାଲାଣ କରୁଥିବାବେଳେ ରାଉରକେଲା ଅବକାରୀ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ତୁମରନର ମଦନ ମହାଲି। ଅଭିଯୁକ୍ତ ପାଖରୁ ୬୦ ଲିଟର ଦେଶୀ ମଦ ଓ ସ୍କୁଟି(ଓଡି-୧୪-ୟୁ-୮୨୨୬) ଜବତ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଅବକାରୀ ମୋବାଇଲ ସ୍କ୍ବାଡ୍‌ ପାଟ୍ରୋଲିଂ କରୁଥିବାବେଳେ ଅଭିଯୁକ୍ତକୁ କାବୁ କରିଥିଲା।

ପ୍ରକାଶଥାଉକି, ଗତକାଲି ବୀରମିତ୍ରପୁର ଥାନା ଅନ୍ତର୍ଗତ ବିଜୁବନ୍ଧଠାରୁ ଅବକାରୀ ପୁଲିସ ୨ ଶହ ଲିଟର ଦେଶୀ ମଦ ଓ ୮୯୦୦ କେଜି ମହୁଲ ପୋଚ ଜବତ କରିଥିଲା। ତେବେ ପୁଲିସ ଚଢ଼ଉ ସୂଚନା ପାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର