୩୫୦ ଲିଟର ଦେଶୀ ମଦ ସହ ବେପାରୀ ଗିରଫ

ରାଉରକେଲା: ଦେଶୀ ମଦ ବେପାରୀଙ୍କ ଉପରେ ରାଉରକେଲା ଅବକାରୀ ପୁଲିସର ଧରପଗଡ଼ ଜାରି ରହିଛି। ଆଜି ଅବକାରୀ ବିଭାଗ ପକ୍ଷରୁ ବିଶ୍ରା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଅତର୍କିତ ଚଢ଼ଉ କରାଯାଇଥିଲା। ଚଢ଼ଉବେଳେ ଜଣେ ଅଭିଯୁକ୍ତ ଧରାପଡ଼ିଯାଇଥିଲା। ଅଭିଯୁକ୍ତ ହେଉଛି ଝାଡ଼ଖଣ୍ଡର ଧୀରେନ ମାହାତ। ଅଭିଯୁକ୍ତଠାରୁ ୩୫୦ ଲିଟର ଦେଶୀ ମଦ ଓ ୫୪୦୦ କେଜି ମହୁଲପୋଚ ଓ ମଦ ଚାଲାଣରେ ବ୍ୟବହୃତ ବାଇକ୍‌(ଓଆର୍‌-୧୪-ଏଚ୍‌-୮୯୫୯) ଜବତ ହୋଇଛି। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା।

ସମ୍ବନ୍ଧିତ ଖବର