ହଲମା ଯାତ୍ରୀ ବିଶ୍ରାମ ଗୃହରେ ଅସହାୟ ମହିଳା 

ସୁନ୍ଦରଗଡ଼: ବାଲିଶଙ୍କରା ବ୍ଲକ ତିଲେଇକାନି ପଞ୍ଚାୟତ ଅନ୍ତର୍ଗତ ହଲମା ଗ୍ରାମସ୍ଥିତ ଯାତ୍ରୀ ବିଶ୍ରାମଗୃହରେ ଜଣେ ଅପରିଚିତା ଅସହାୟ ମହିଳା ବସି ରହିଛନ୍ତି। ତିନି ଦିନ ତଳେ ଏଠାକୁ ଆସିଥିବା ଏହି ମହିଳା ଜଣକ କାହା ସହିତ କଥାବାର୍ତ୍ତା ହେଉନାହାନ୍ତି କି ତାଙ୍କ ପରିଚୟ ପଚାରିଲେ ମଧ୍ୟ କିଛି କହୁନାହାନ୍ତି। ଏପରିକି କିଛି ଖାଇବାକୁ ଦେଲେ ମଧ୍ୟ ଠିକରେ ଖାଉ ନଥିବା ସେଠାକାର ଜଣେ ମହିଳା ସାମାଜିକକର୍ମୀ ବେଦମତୀ ସିଂ ପ୍ରକାଶ କରିଛନ୍ତି। ସବୁବେଳେ ମୁହଁରେ କପଡ଼ା ଘୋଡ଼ାଇ ହୋଇ ରହୁଥିବା ଏହି ମହିଳାଙ୍କ ହାବଭାବକୁ ଦେଖିଲେ, ସେ ସାମାନ୍ୟ ମାନସିକ ବିକୃତ ଥିବା ଓ ଏହି କାରଣରୁ ହୁଏତ ଘରୁ ଚାଲି ଆସିଥିବା ଅନୁମାନ କରାଯାଇଛି।

ସାମାଜିକକର୍ମୀ ବେଦମତୀ ତିନି ଦିନ ହେଲା ତାଙ୍କୁ ଖାଦ୍ୟପାନୀୟ ଦେବା ସହ ତାଙ୍କ ପରିଚୟ ଖୋଜିବାରେ ଲାଗିଛନ୍ତି। ତେବେ ଜଣେ ଏକାକୀ ମହିଳା ରାତିରେ ଯାତ୍ରୀ ବିଶ୍ରାମଗୃହରେ ରହିଲେ କୌଣସି ଅଘଟଣ ଘଟିବାର ଆଶଙ୍କା ପ୍ରକାଶ କରି ସ୍ଥାନୀୟ ପୁଲିସ, ପ୍ରଶାସନର ସହାୟତା ଲୋଡ଼ିଛନ୍ତି ବେଦମତୀ। ମହିଳାଙ୍କ ଠିକଣା, ପରିଚୟ ଖୋଜି ତାଙ୍କ ଘରକୁ ପଠାଇବା ନତୁବା ତାଙ୍କୁ ନେଇ ସୁନ୍ଦରଗଡ଼ ମାନସିକ ଭିନ୍ନକ୍ଷମଙ୍କ ଆଶ୍ରୟସ୍ଥଳରେ ଥଇଥାନ କରିବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର