କେନ୍ଦ୍ରାପଡ଼ା: ଇଚ୍ଛାପୁର ଶ୍ୟାମଗୁଡ଼ିଆସ୍ଥିତ ନୂଆ କୋଠାକୁ ଜିଲ୍ଲା ହସ୍ପିଟାଲ୍ ସ୍ଥାନାନ୍ତର ହେବାକୁ ଚାରି ମାସ ପୂରିନି। କିନ୍ତୁ ପାଞ୍ଚ ମହଲା ବିଶିଷ୍ଟ ଏହି ଅତ୍ୟାଧୁନିକ ହସ୍ପିଟାଲ୍ ଛାତରୁ ସିଲି˚ ଖସିଲାଣି। ଗୁରୁବାର ସ˚ଧ୍ୟାରେ ଏଭଳି ଅଭାବନୀୟ ଘଟଣା ପୁଷ୍ଟିସାଧନ ଥଇଥାନ କେନ୍ଦ୍ର(ଏନ୍ଆର୍ସି) ଵାର୍ଡରେ ଦେଖିବାକୁ ମିଳିଛି। ଛାତରୁ ସିଲି˚ ଖସିପଡ଼ିବାରୁ ଅଳ୍ପକେ ଶିଶୁ ଓ ସେମାନଙ୍କ ମା’ ବର୍ତ୍ତି ଯାଇଛନ୍ତି। ସ˚ଧ୍ୟା ପ୍ରାୟ ୬ଟା ବେଳେ ଏପ୍ରକାର ଅଘଟଣ ଘଟିବା ପରେ ହସ୍ପିଟାଲ୍ କର୍ତୃପକ୍ଷ ତରବରିଆ ଭାବେ ସ˚ପୃକ୍ତ କେନ୍ଦ୍ରକୁ ବନ୍ଦ କରିଦେବା ସହିତ ଚିକିତ୍ସାଧିନ ୧୦ଶିଶୁଙ୍କୁ ଉପର ମହଲାକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି। ଏବେ ସେହି କେନ୍ଦ୍ର ଭିତରକୁ କାହାରିକୁ ଛଡ଼ା ଯାଉନାହିଁ। ବାହାରୁ ତାଲା ପକାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଅତୀତରେ ଖନିଅ˚ଗଠାରେ ଜିଲ୍ଳା ହସ୍ପିଟାଲ୍ ଚାଲିଥିବା ବେଳେ ଅନେକବାର ଛାତରୁ ସିଲି˚ ଓ ପ୍ଲାଷ୍ଟର୍ ଖସିବା ଘଟଣା ସାମ୍ନାକୁ ଆସିଛି। ଏପରିକି ବେଡ୍ ଭା˚ଗିଯିବାରୁ ରୋଗୀ ତଳେ ପଡ଼ିବା ଭଳି ଅଭାବନୀୟ ଦୃଶ୍ୟ ବି ଦେଖିବାକୁ ମିଳିଥିଲା। କିନ୍ତୁ ୧୧୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ନୂଆ କୋଠାରେ ମାତ୍ର ତିନି ମାସ ଭିତରେ ଏପ୍ରକାର ଅଘଟଣ ଘଟିବା ପରୋକ୍ଷରେ ରୋଗୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଛି। ଗତ ଜାନୁଆରି ୯ତାରିଖରେ ନୂଆ କୋଠାରେ ଜିଲ୍ଲା ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଥିଲା। ପର୍ଯ୍ୟାୟକ୍ରମେ ସବୁ ବିଭାଗ ଇତିମଧୢରେ ସ୍ଥାନାନ୍ତର ହୋଇ ସାରିଛି। ହେଲେ ଯେଉଁ ଦୃଶ୍ୟ ଆଜି ଏନ୍ଆରସିରେ ଦେଖିବାକୁ ମିଳିଛି, ତାହା ଶହ ଶହ ରୋଗୀଙ୍କ ସୁରକ୍ଷା ପ୍ରତି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସାଧାରଣତଃ ଏନ୍ଆର୍ସିରେ ପୁଷ୍ଟିହୀନତାର ଶିକାର ହେଉଥିବା ଶିଶୁ ମାନଙ୍କୁ ଥଇଥାନ କରାଯାଇଥାଏ। ପାଞ୍ଚ ବର୍ଷ ଯାଏ ମାଗଣାରେ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ସହିତ ଚିକିତ୍ସା ବ୍ୟବସ୍ଥା ନିଶୁଳ୍କ ଯୋଗାଇ ଦିଆଯାଏ। ଏହି କ୍ରମରେ ସ˚ପ୍ରତି ଜିଲ୍ଲା ହସ୍ପିଟାଲ୍ର ତଳ ମହଲାରେ ଥିବା ଏନ୍ଆର୍ସିରେ ୧୦ଜଣ ଶିଶୁ ଥିବା ବେଳେ ଗୁରୁବାର ସ˚ଧ୍ୟାରେ ଅଚାନକ ଛାତରୁ ସିଲି˚ ତଳକୁ ଖସି ପଡ଼ିଥିଲା। ତିନି ନମ୍ବର ବେଡ୍ ନିକଟରେ ଏହି ସିଲି˚ ଖସିପଡ଼ିଥିଲା। ମାର୍ଶାଘାଇ କରାଣ୍ତିଆପାଟଣାର ଲିପିକା ନାୟକଙ୍କ ୨୧ମାସର ଝିଅ ଆୟୁଷ୍ମତି ନାୟକ ସେହି ବେଡ୍ରେ ଚିକିତ୍ସିତ ହେଉଥିଲେ। ସୌଭାଗ୍ୟବଶତଃ ସିଲି˚ ଶିଶୁ ଉପରେ ନ ପଡ଼ି ତଳେ ଗୋଡ଼ ଲମ୍ବାଇ ବସିଥିବା ମା’ର ଗୋଡ଼ ଉପରେ ପଡ଼ିଥିଲା। ହସ୍ପିଟାଲ୍ କର୍ତୃପକ୍ଷ ତୁରନ୍ତ ସମସ୍ତ ଶିଶୁଙ୍କୁ ସେଠାରୁ ଉପର ମହଲାରେ ଥିବା କରୋନା ସ୍ବତନ୍ତ୍ର ଵାର୍ଡକୁ ସ୍ଥାନାନ୍ତର କରିଛନ୍ତି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅନିତା ପଟ୍ଟନାୟକ କହିଛନ୍ତି ଯେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ସୁରକ୍ଷା ଦୃଷ୍ଟିରୁ ସମସ୍ତ ଶିଶୁ ଓ ସେମାନଙ୍କ ମା’ଙ୍କୁ ଅନ୍ୟ ଵାର୍ଡକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଏହି ଅଘଟଣରୁ କାମ ନିମ୍ନମାନର ହୋଇଥିବା ସ୍ପଷ୍ଟ ହୋଇଛି। ପରୋକ୍ଷରେ ଶହ ଶହ ରୋଗୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। କାମରେ ଅବେହଳା କରିଥିବା ସ˚ସ୍ଥା ବିରୋଧରେ ପ୍ରଶାସନ କି' ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।