ପୁରୀ: ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା (ଏନ୍‌ଏଚ୍‌ଏମ୍‌) ଶାଲିନୀ ପଣ୍ଡିତଙ୍କୁ ବୁଧବାର ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ତାଲା ପକାଇଛନ୍ତି। ସୂଚନା ଅନୁସାରେ ଠିକାଭିତ୍ତିକ ହସ୍‌ପିଟାଲ କର୍ମଚାରୀ  ଅଫିସ ଗ୍ରୀଲରେ ତାଲା ପକାଇ ଦେବା ଫଳରେ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶକ ପଣ୍ଡିତଙ୍କୁ ପ୍ରାୟ ୧୫ ମିନିଟ ଯାଏଁ ଅଟକି ରହିବାକୁ ହୋଇଥିଲା।

Advertisment

publive-image

ପଣ୍ଡିତ ଆଜି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ ଏବଂ ହସ୍‌ପିଟାଲର ଚାରିଆଡେ ବୁଲିସାରିବା ପରେ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ଏହି ସମୟରେ ହସ୍‌ପିଟାଲରେ କାର୍ଯ୍ୟରତ ଠିକାଭିତ୍ତିକ ଉତ୍ତେଜିତ କର୍ମଚାରୀମାନେ ପହଂଚି କାର୍ଯ୍ୟାଳୟର ପ୍ରବେଶ ଦ୍ୱାରରେ ଲାଗିଥିବା ଲୁହା ଗ୍ରୀଲ ବନ୍ଦ କରି ଦେଇ ସେଥିରେ ତାଲା ପକାଇ ଦେଇଥିଲେ। ଏହା ପରେ ସେମାନଙ୍କର ଚାକିରି ନିୟମିତ କରିବା ପାଇଁ ଧାରଣା ଦେଇଥିଲେ। ଠିକାକର୍ମଚାରୀଙ୍କ ଅଭିଯୋଗ ଅନୁସାରେ ସେମାନଙ୍କୁ ନିୟମିତ କରାଯାଉ ନାହିଁ କି ଦୀର୍ଘ ଆଠ ମାସ ହେବ ପାରିଶ୍ରମିକ ଦିଆଯାଉ ନାହିଁ।

publive-image

ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଏହା ପରେ ବନ୍ଦ ଥିବା ଗ୍ରୀଲକୁ ଖୋଲାଯିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ଏ ନେଇ ସିଡିଏମଓ ନୀଳକଣ୍ଠ ମିଶ୍ର କହିଛନ୍ତି, କର୍ମଚାରୀଙ୍କ ସମସ୍ୟା ବାବଦରେ କର୍ତ୍ତୃପକ୍ଷ ଅବଗତ ହୋଇଛନ୍ତି।  ଖୁବ ଶୀଘ୍ର ଶେଷ ନିଷ୍ପତ୍ତି ନିଆଯିବ।