ବ୍ୟାସନଗର: ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ଇନ୍ଦ୍ରଧନୁ ଛାତ୍ରାବାସକୁ ଗତକାଲି ରାତିରେ କିଛି ମଦ୍ୟପ ଅଣଛାତ୍ର ପାଚେରି ଡେଇଁ ପ୍ରବେଶ କରିବାକୁ ନେଇ ଗଣ୍ଡଗୋଳ ହୋଇଛି। ଅଣଛାତ୍ରଙ୍କ ପ୍ରବେଶକୁ ଛାତ୍ରମାନେ ବିରୋଧ କରିଥିଲେ। ଅଣଛାତ୍ରମାନେ କେତେଜଣ ଛାତ୍ରଙ୍କୁ ମାରଧର କରିବାରୁ ଛାତ୍ରାବାସରେ ରହୁଥିବା ସମସ୍ତ ଛାତ୍ର ସେଠାରେ ରୁଣ୍ଡ ହୋଇଥିଲେ। ଗଣ୍ତଗୋଳ ଉଗ୍ରରୂପ ନେବାକୁ ଯାଉଥିବାବେଳେ ଖବର ପାଇ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସ୍ବାଇଁ ଘଟଣା ସଂପର୍କରେ ଯାଜପୁରରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ସ୍ବାଇଁଙ୍କୁ ଜଣାଇଥିଲେ। ତୁରନ୍ତ ପୁଲିସ ସେଠାରେ ପହଞ୍ଚିବାରୁ ଅଣଛାତ୍ରମାନେ ପୁଣି ପାଚେରି ଡେଇଁ ପଳାଇଥିଲେ। ସେଠାରୁ ଏକ ବାଇକ୍‌ (ଓଡି ୩୪ ଜେ ୮୩୬୭) କୁ ପୁଲିସ ଜବତ କରିଥିଲା।

Advertisment

ହଷ୍ଟେଲ ତତ୍ତ୍ବାବଧାରକ ସନାତନ ଦାସ ଏନେଇ ଥାନାରେ ଅଭିଯୋଗ କରିବାପରେ ପୁଲିସ ୪୧୫/୨୩ରେ ମାମଲା ରୁଜୁ କରିଛି। ଦଫା ୪୪୧, ୪୪୮, ୩୨୩, ୩୦୭, ୩୪ ଆଇପିସିରେ ତଦନ୍ତ କରାଯାଉଛି। ଏହି ଘଟଣାରେ ସଂପୃକ୍ତ ଥିବା ୬ଜଣ ଅଣଛାତ୍ର ଫେରାର୍ ହୋଇଯାଇଛନ୍ତି। ଅନ୍ୟପଟେ ଏ ଅଧ୍ୟକ୍ଷ ଶ୍ରୀ ସ୍ବାଇଁ ସଂପର୍କରେ ଏସ୍‌ପି ଭିନୀତ ଅଗ୍ରୱାଲାଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସନ୍ଧ୍ୟା ସମୟରେ କଲେଜ ପାର୍ଶ୍ବରେ ପାଟ୍ରୋଲିଂ କରିବାକୁ ଅନୁରୋଧ କରିଛନ୍ତି। ସନ୍ଧ୍ୟା ୭ଟା ପରେ ପ୍ରତ୍ୟେକ ଛାତ୍ରାବାସ ଫାଟକ ବନ୍ଦ କରିବାକୁ ତତ୍ତ୍ବାବଧାରକଙ୍କୁ ଅଧ୍ୟକ୍ଷ ନିର୍ଦେଶ ଦେଇଛନ୍ତି।