ବାଲେଶ୍ୱର: ମଦ ବିକ୍ରିକୁ ବିରୋଧ, ହୋଟେଲ ମାଲିକଙ୍କୁ ନିସ୍ତୁକ ପିଟିଲେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

ବାଲେଶ୍ୱର: ମଦ ବିକ୍ରିକୁ ନେଇ ବାଲେଶ୍ୱର ଜିଲ୍ଲାର ସୋର ଅଂଚଳରେ ବୁଧବାର ହଙ୍ଗାମା ହୋଇଛି। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉତ୍ତେଜିତ ରୂପ ଦେଖାଇଛନ୍ତି। ମହିଳାମାନେ ଜଣେ ହୋଟେଲ ମାଲିକଙ୍କୁ ବିଚ୍‌ ରାସ୍ତାରେ ନିସ୍ତୁକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି।

ଖଇରା ଥାନା କୋଚିଆକୋଇଲି ଠାରେ ଥିବା ତାପସି ନାମକ ଏକ ହୋଟେଲରେ ଦୀଘ ଦିନ ଧରି ବେଆଇନ ଭାବେ ମଦ ବେପାର ଚାଲିଥିଲା। ସେହି ଅଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବାରମ୍ବାର ମନା କରିବା ପରେ ମଧ୍ୟ ହୋଟେଲ ମାଲିକ ମାନି ନଥିଲା। ଫଳରେ ସେହି ଗ୍ରାମର ବିଭିନ୍ନ ଚୋରି ସହିତ ବହୁ ଅସାମାଜିକ କାମରେ ଲୋକମାନେ ଲିପ୍ତ ରହୁଥିବାରୁ ଆଜି ବାଧ୍ୟ ହୋଇ ମା ଅମ୍ବିକା ସ୍ୱୟଂ ସହାୟକ ଗୋଷ୍ଠୀ ତାଲମହୁରୀ ଓ ପଲସା ମହିଳା ଗୋଷ୍ଠୀ ସହିତ ଶତାଧିକ ମହିଳା ଏକଜୁଟ ହୋଇ ହୋଟେଲରେ ଥିବା ଫ୍ରିଜ ସହିତ ଆସବାବପତ୍ର ଓ ହୋଟେଲ ଥିବା ମଦ ଭାଙ୍ଗିବା ସହିତ ନିଆଁ ଲଗାଇ ଦେଇଥିଲେ।

ରିପୋର୍ଟ ଅନୁସାରେ କୋଚିଆକୋଇଲିରେ ଥିବା ଏକ ହୋଟେଲରେ ମଦ ବିକ୍ରିକୁ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦୀର୍ଘ ଦିନରୁ ବିରୋଧ କରି ଆସୁଥିଲା। ମଦ ବିକ୍ରି ବନ୍ଦ କରିବାକୁ ଚେତାବନୀ ମଧ୍ୟ ଦେଇଥିଲା। ମାତ୍ର ହୋଟେଲର ମାଲିକ ଏକଥା ଶୁଣୁ ନଥିଲା। ଏଥିରେ ମହିଳା ମାନେ ତାତି ଯାଇଥିଲେ ଓ ଶେଷରେ ଆଜି ହଙ୍ଗାମା କରିଥିଲେ। ମହିଳା ମାନେ ଆଜି ହୋଟେଲ ଭିତରକୁ ପ୍ରବେଶ କରି ପେଟି ପେଟି ମଦ ରାସ୍ତାକୁ ଆଣି ନିଆଁ ଲଗାଇ ଦେଇଥିଲେ। ଏଥି ସହିତ ମାଲିକଙ୍କୁ ନିସ୍ତୁକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର