ଦନ୍ତା ଭାଙ୍ଗିଲା ଘର

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବାଲେଶ୍ବର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଦନ୍ତା ହାତୀ ପଶି ଦୀର୍ଘ ସମୟ ଯାଏ ଉପଦ୍ରବ କରିଥିଲା। ଗ୍ରାମର କ୍ଷୀରୋଦ ନାୟକ(୫୫)ଙ୍କ ଘର, ବାଇକ୍ ଭାଙ୍ଗିବା ସହିତ ଧାନ ୨ବସ୍ତା, ଚାଉଳ ୧ବସ୍ତା ଖାଇ ଦେଇଥିବା ଅଭିଯୋଗ କରିଛନ୍ତି। ଏହି ଦନ୍ତାହାତୀ ଦୀର୍ଘ ଦିନ ହେଲାଣି ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଜାରି ରଖିଛି। ବନ ବିଭାଗ ପକ୍ଷରୁ ଦନ୍ତାକୁ ଘଉଡ଼ାଇବା ସହିତ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର