ଦଶରଥପୁର, ୪/୭ (ଇମିସ) : ବହୁଦିନର ଜବରଦଖଲକୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ସୂଚନା ଅନୁଯାୟୀ ଦଶରଥପୁର ତହସିଲ ଅଧୀନ ମଲ୍ଲିକାପୁର ପଞ୍ଚାୟତ ବୈଷପାନ ଗ୍ରାମର ଶ୍ରୀକାନ୍ତ ନାୟକ ରାସ୍ତା ଉପରକୁ ମଡ଼ାଇ ଘର ନିର୍ମାଣ କରିଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ଆଜି ଅତିରିକ୍ତ ତହସିଲଦାର ବାବୁରାମ ମୁର୍ମୁଙ୍କ ଉପସ୍ଥିତିରେ ଶ୍ରୀ ନାୟକଙ୍କ ଘର ଭଙ୍ଗାଯାଇଛି। ଏହି ସୟମରେ ମଙ୍ଗଳପୁର ଆଇଆଇସି ଚିନ୍ମୟୀ ସାହୁ, ଏସଆଇ ଚନ୍ଦନ ମହାନ୍ତିଙ୍କ ସମେତ ଏକ ପ୍ଲାଟୁନ ପୁଲିସ ମୁତୟନ ହୋଇଥିଲେ। ଜେସିବିରେ ବେଆଇନ ଭାବେ ରାସ୍ତାରେ ନିର୍ମାଣ ହୋଇଥିବା ଘରକୁ ଭଙ୍ଗାଯାଇଥିଲା। ପ୍ରକାଶ ଯେ ରାସ୍ତାକୁ ମଡ଼ାଇ ଘର କରିବା ଯୋଗୁଁ ବର୍ଷାଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଥିଲା। ନିକଟସ୍ଥ ଶିବ ମନ୍ଦିର ନିକଟରେ ପାଣି ଜମିରହୁଥିଲା। ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଶ୍ରୀ ନାୟକ ଶୁଣିନଥିଲେ। ଫଳରେ ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହିତ ଗ୍ରାମବାସୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ।
ହଟିଲା ଜବରଦଖଲ, ଭାଙ୍ଗିଲା ଘର
/sambad/media/post_attachments/wp-content/uploads/2024/07/69c830ee-7749-45a8-83f5-2f11616ec100.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)