ନବରଙ୍ଗପୁର: ନବରଙ୍ଗପୁର ସହର ଇଚ୍ଛାବତୀଗୁଡ଼ା ସ୍ଥିତ ଗୁପ୍ତେଶ୍ୱର ମିଶ୍ରଙ୍କ ଘରର ଏକ ବିରାଟ କାନ୍ଥ ହଠାତ୍ ଭୁଷୁଡ଼ିପଡିଲା। ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ। କାନ୍ଥ ନିକଟରେ ଥିବା ଏକ କାର ଭାଙ୍ଗି ଚୁରମାର ହେଲା। ମିଳିଥିବା ସୂଚନା ଅନୁଯାୟୀ ଇଛାବତି ଗୁଡା ସାହିର ଗୁପ୍ତେଶ୍ବର ମିଶ୍ରଙ୍କ ବାରିପଟର ଏକ ବିରାଟକାୟ କାନ୍ଥଟି ସକାଳ ୮ଟା ବେଳେ ହଠାତ୍ ଭୁଷୁଡି ପଡିଲା। ସେହି ସମୟରେ ପରିବାର ଲୋକେ ଗାଧୁଆ ଘରକୁ ଯାଇ ନଥିବାରୁ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ତେବେ ବାରିପଟ କାନ୍ଥକୁ ଲାଗିଥିବା ଏକ ରାସ୍ତାରେ ଏକ କାର ରହିଥିଲା। ସେହି କାର ଉପରେ କାନ୍ଥ ପଡି ଚୁରମାର ହୋଇଥିବା ଜଣାପଡିଛି।
କାନ୍ଥ ଭାଙ୍ଗିଯିବା ଫଳରେ ଘରର ବଳକା ଅଂଶ ଏବେବି ବିପଦ ସଂକୁଳ ଅବସ୍ଥାରେ ଅଛି। ତେବେ କିଛିଦିନ ତଳେ ଲଗାତର ବର୍ଷା ହେବା ଫଳରେ କାନ୍ଥ ଭିଜି ଯାଇଥିଲା। ଯାହା ଫଳରେ ଗାଧୁଆ ଗୃହର ପିଲାର ଦୁର୍ବଳ ଥିବାରୁ ଏପରି ଘଟଣା ହୋଇଥିବା କହିଛନ୍ତି। ଭାଗ୍ୟ ବଶତଃ ସେହି ସମୟରେ କେହି ବାଥ୍ ରୁମ୍ କିମ୍ବା ଶୌଚାଳୟ କେହି ଯାଇନଥିଲେ ବୋଲି କହିଛନ୍ତି। କାର ମାଲିକ ଫାଲଗୁନି ନାୟକ କହିଛନ୍ତି ସେ ପେଟ୍ରୋଲ ପକାଇ ଘର ନିକଟରେ କାର ଟିକୁ ପାର୍କିଂ କରିଥିବା ବେଳେ ଏପରି ଦୁର୍ଘଟଣା ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/8fcce6ad-eaee-451d-94c9-481375eb8355.jpg)