କାଳିଆପାଣି: ସୁକିନ୍ଦା ତହସିଲ କାଙ୍କଡ଼ପାଳ ପଞ୍ଚାୟତ ୧୩ ନମ୍ବର ୱାର୍ଡ ଝରଣାସାହି ଗାଁର ଜୟପାଲ୍ ହେମ୍ବ୍ରମଙ୍କ ଛଣ ଛପର ଘର ଆଜି ସନ୍ଧ୍ୟାରେ ବଜ୍ରପାତ ଯୋଗୁ ସଂପୂର୍ଣ୍ଣ ପୋଡ଼ି ଯାଇଛି। ବର୍ଷା ସତ୍ତ୍ବେ ଛଣ ଛପର ଘରଟି ଜଳି ଯାଇଥିଲା। ଏକୁଟିଆ ରହି ମୂଲ ମଜୁରିରେ ଚଳୁଥିବା ଜୟପାଲ୍ ଅଗ୍ନିକାଣ୍ଡରେ ସର୍ବସ୍ବ ହରାଇଛନ୍ତି।

Advertisment

ତୁରନ୍ତ କ୍ଷୟକ୍ଷତି ଆକଳନ କରି ତାଙ୍କୁ ସରକାରୀ ଅନୁକମ୍ପା ଓ ଆନୁଷଙ୍ଗିକ ସହାୟତା ରାଶି ପ୍ରଦାନ ପାଇଁ ସରପଞ୍ଚ ସଞ୍ଜୀବ କୁମାର ପରିଡ଼ା ଓ ସମିତିସଭ୍ୟ ସମ୍ବରା ମୁଣ୍ଡା ଦାବି କରିଛନ୍ତି।