ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଖଇରପଶି ଗାଁରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି । ଏଥିସହିତ ବାପ ପୁଅ ଗୁରୁତର ହୋଇଛନ୍ତି । ଗୁରୁତରମାନେ ହେଉଛନ୍ତି ଖଇରପଶି ହରିଜନ ସାହିର ଚତୁର୍ଭୁଜ ନାୟକ ଏବଂ ପୁଅ ରାଜେଶ ନାୟକ । ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

Advertisment

ତେବେ ଅଗ୍ନିକାଣ୍ଡ ଯୋଗୁଁ ଘରର ଆସବାବପତ୍ର ,ଧାନ ଓ ଚାଉଳ ସହ ଅନେକ ଆବଶ୍ୟକ କାଗଜପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି । ପରଜଙ୍ଗ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନି ବିପନ୍ନଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।