ନିର୍ମାଣଧୀନ ଛାତ ଭୁଶୁଡି ଘର ମାଲିକଙ୍କ ମୃତ୍ୟୁ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଉପକଣ୍ଠସ୍ଥିତ ସିରିଗୁଡାଠାରେ ମଙ୍ଗଳବାର ପ୍ରତ୍ୟୁଷରେ ଏକ ଦୁଃଖଦ ଘଟଣା ଘଟିଛି। ନିର୍ମାଣଧୀନ ଗୃହର ଛାତ ଭୁଶୁଡି ଘର ମାଲିକଙ୍କ ମୃତ୍ୟୁ ହୋଇଛି। ମୃତ ମାଲିକଙ୍କ ନାମ ଏଙ୍କେଟି ସେନାପତି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲା ସିିରିଗୁଡାଠାରେ ଚିନ୍ତାଳୀଗୁଡା ଗ୍ରାମରେ ଏଙ୍କେଟି ସେନାପତି ବସବାସ କରନ୍ତି। ଗତ ୫ଦିନ ତଳେ ଏଙ୍କେଟି ସେନାପତିଙ୍କ ଘରର କଂକ୍ରିଟ ଛାତ ପଡ଼ିଥିଲା। ତେବେ ଆଜି ହଠାତ୍‌ ଏଙ୍କେଟି କୌଣସି କାମରେ ଘର ଭିତରକୁ ଯିବାବେଳେ ହଠାତ୍‌ ନିର୍ମାଣଧୀନ ଛାତ ଭୁଶୁଡି ପଡ଼ିଥିଲା। ଫଳରେ  ଏଥିରେ  ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘତ ଲାଗି ରକ୍ତ ବାହାରି ଥିଲା। ସମ୍ପର୍କୀୟମାନେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରିିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହି ଘଟଣାରେ ଟାଉନ୍‌ ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ସହ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର