ପ୍ରବଳ ବର୍ଷାରେ ଭୁଶୁଡ଼ିଲା ମାଟିଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତ୍ତି 

ଲାଞ୍ଜିଗଡ଼: ମଙ୍ଗଳବାର ରାତିରୁ ଲାଞ୍ଜିଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଯୋଗୁଁ ସହର ନିକଟସ୍ଥ ଆଶ୍ରମପଡ଼ାର କନ୍ଦର୍ପ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ମାଟିଘରର କାନ୍ଥ ଭୁଶୁଡ଼ି ପଡିଛି। କନ୍ଦର୍ପ ଓ ତାଙ୍କ ପତ୍ନୀ ଉଭୟ ସୁରକ୍ଷିତ ଥିବା ଜଣାପଡ଼ିଛି। ଲାଞ୍ଜିଗଡ଼ ପ୍ରେସ୍ କ୍ଲବ୍‌ କୋଷାଧ୍ୟକ୍ଷ ପରେଶ ନାୟକ ଓ ସାଧାରଣ ସଂପାଦକ ସୁଶୀଲ ବାଗ ତହସିଲଦାର ଓ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ତହସିଲଦାରଙ୍କ ନିର୍ଦ୍ଦେଶରେ ଲାଞ୍ଜିଗଡ଼ ରାଜସ୍ୱ ନିରୀକ୍ଷକ ଅନିରୁଦ୍ଧ ରାଉତ କ୍ଷତିଗ୍ରସ୍ତ ପରିବାରକୁ ତାରପୋଲିନ୍‌ ଯୋଗାଇ ଦେଇଥିଲେ। ବିଡିଓଙ୍କ ନିର୍ଦ୍ଦେଶରେ ଲାଞ୍ଜିଗଡ଼ ପଞ୍ଚାୟତର ଯୋଗାଣ ସହାୟକ ରାଜେନ୍ଦ୍ର ମହାକୁଡ଼ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି। କନ୍ଦର୍ପଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ଯୋଜନାରେ ଏକ ଘର ଯୋଗାଇଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର