ସୋର: କାଳବୈଶାଖୀର ତାଣ୍ଡବରେ ହେଉଥିବା ବଜ୍ରାଘାତ ଯୋଗୁଁ ୯ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ସୂଚନା ମୁତାବକ, ସିମୁଳିଆ ବ୍ଲକ ମାର୍କୋଣା ପଞ୍ଚାୟତ କୁଣିଆରୀ ଅନନ୍ତପୁର ଗ୍ରାମର ଭାସ୍କର ଜେନାଙ୍କ ଘରେ ଆଜି ଅପରାହ୍ନରେ ହୋଇଥିବା ବଜ୍ରାଘାତ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା।

Advertisment

ଖବର ପାଇ ଅଡା ଅଗ୍ନିଶମ ବିଭାଗର ଦୁଇଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବଳକୁ ୯ ବଖରା ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଥିଲା। ଏହାଛଡା ଘରେ ଥିବା ଲୁଗା ଓ ଚାଉଳ ମଧ୍ୟ ନଷ୍ଟ ହୋଇଯାଇଛି।