ରାସ୍ତା ଓ ଡ୍ରେନ ଉପରେ ଘର ନିର୍ମାଣ ସାମଗ୍ରୀ, ଦିନକ ମଧ୍ୟରେ ଉଠାଇବାକୁ ସମୟ ଦେଲା ପୌରପାଳିକା

ଜୟପୁର: ସ୍ଥାନୀୟ ଖ୍ରୀଷ୍ଟିୟାନ ପେଟ୍ଟା ଅଂଚଳରେ ଘର ନିର୍ମାଣ କରିବା ପାଇଁ ବାଲି, ପଥର, ଇଟା ,ଚିପସ୍ ଓ ମେଟାଲ ଆଦି ରାସ୍ତା ଏବଂ ଡ୍ରେନ ଉପରେ ଜମା କରି ରଖିଛନ୍ତି। ଏ ନେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ପୌରପାଳିକାର କର୍ମଚାରୀ ଓ ଟାଉନ ପୁଲିସ ଘଟଣାସ୍ଥଳକୁ ଯାଇ ତଦାରଖ କରିଥିଲେ। ଯେଉଁମାନେ ଏଭଳି ରାସ୍ତା ଅବରୋଧ କରି ରଖିଛନ୍ତି ସେମାନଙ୍କୁ କଡ଼ା ତାଗିଦ୍ କରିଥିଲେ।

ଆସନ୍ତାକାଲି ସକାଳ ସୁଦ୍ଧା ଏସବୁ ନ ହଟାଇଲେ ଜେସିବି ଲଗାଇ ସବୁ ହଟାଯିବ ବୋଲି ପୌରପାଳିକା ପକ୍ଷରୁ ଲୋକଙ୍କୁ ସୂଚନା ଦିଆଯାଇଥିଲା। ଦିନକ ଏହି ଲୋକଙ୍କୁ ସମୟ ଦିଆଯାଇଛି। ଆସନ୍ତାକାଲି ସକାଳ ସୁଦ୍ଧା ନ ଉଠାଇଲେ ପୌରପାଳିକା ପକ୍ଷରୁ ସବୁ ଉଠାଇ ନେବା ସହ ଆଇନଗତ ମାମଲା ବି ରୁଜୁ କରାଯିବ ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ।

ସମ୍ବନ୍ଧିତ ଖବର