କେନ୍ଦ୍ରାପଡ଼ା: ଉଚ୍ଚଶିକ୍ଷା ବିଭାଗର ନିୟମ କହୁଛି ଶିକ୍ଷାବିତ୍ ଅଥବା ପ୍ରାକ୍ତନ ସରକାରୀ ଅଧିକାରୀ କଲେଜ ପରିଚାଳନା ପରିଷଦ ସଭାପତି ରହିପାରିବେ। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସୁପାରିସ ଆଧାରରେ ବିଜେଡି ଜିଲ୍ଳା ପରିଷଦ ସଭ୍ୟ ପ୍ରମୋଦ କୁମାର ରଥଙ୍କୁ କରିଲୋପାଟଣା କଲେଜ ପରିଚାଳନା ପରିଷଦ ସଭାପତି ରୂପେ ବିଭାଗ ମନୋନୀତ କରିବା ପରେ ପ୍ରଶାସନର ଯୋଗ୍ୟତା ମାନଦଣ୍ତ ଚୟନକୁ ନେଇ ପ୍ରଶ୍ନ ଉଠିଛି। ଏଇଥିପାଇଁ ଯେ ବିଜେଡି ନେତା ପ୍ରମୋଦ ରଥଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ବିଏ ପାସ୍। କୌଣସି ସ୍ବତନ୍ତ୍ର ବିଷୟରେ ଡିଗ୍ରି ହାସଲ କରିଥିବାର ସାର୍ଟିଫିକେଟ୍ ତାଙ୍କର ନାହିଁ। ସରକାରୀ ଚାକିରି କରି ନଥିବାରୁ ପ୍ରାଶାସନିକ ଅଭିଜ୍ଞତା ବି ନାହିଁ। ଏହାର ଅର୍ଥ କଲେଜ ସଭାପତି ପାଇଁ ଉଚ୍ଚଶିକ୍ଷା ବିଭାଗ ଯେଉଁ ମାନଦଣ୍ତ ସ୍ଥିର କରିଛି, ସେଥିରୁ କେବଳ ବୟସ, ବିଏ ପାସ୍କୁ ଛାଡ଼ି ଦେଲେ ଅନ୍ୟ କୌଣସିଥିରେ ଶ୍ରୀ ରଥ ଉତ୍ତୀର୍ଣ୍ଣ ହେଉନାହାନ୍ତି। ଶିକ୍ଷା ଅପେକ୍ଷା ରାଜନୀତିରେ ତାଙ୍କ ଅଭିଜ୍ଞତା ଅଧିକ। ଏହାସତ୍ତ୍ବେ କେଉଁ ଆଧାରରେ ପ୍ରଶାସନ ବିଜେଡି ନେତା ଶ୍ରୀ ରଥଙ୍କୁ ଶିକ୍ଷାବିତ୍ ଦର୍ଶାଇ କଲେଜ ସଭାପତି ପାଇଁ ନାଁ ସୁପାରିସ କଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ୨୦୨୦, ସେପ୍ଟେମ୍ବର ୧ତାରିଖରେ ଉଚ୍ଚଶିକ୍ଷା ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ କେବଳ କଲେଜ ପରିଚାଳନା ପରିଷଦର ସଭାପତି ନୁହନ୍ତି; ଏହାର ୧୧ଜଣିଆ ସଭ୍ୟ/ସଭ୍ୟା ତାଲିକାରେ ବି କେହି ରାଜେନୖତିକ ବ୍ୟକ୍ତିବିଶେଷ ରହିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏପରିକି ପରିଷଦରେ ସଭାପତିଙ୍କ ବ୍ୟତୀତ ଅନ୍ୟ କେଉଁମାନେ ରହିବେ, ତାହା ବି ଉଲ୍ଲେଖ ରହିଛି। ହେଲେ କରିଲୋପାଟଣା କଲେଜ ପରିଚାଳନା ପରିଷଦ ସଭାପତି ନାଁ ସୁପାରିସ କଲା ବେଳେ ପ୍ରଶାସନ ଉଚ୍ଚ ଶିକ୍ଷା ବିଭାଗର ପରିଚାଳନା ପରିଷଦକୁ ନେଇ ଥିବା ସବୁ ଯୋଗ୍ୟତା ମାନଦଣ୍ତକୁ ଭୁଲି ଯାଇଛି। ନିୟମ ଅନୁସାରେ ଜିଲ୍ଲାପାଳ ସଭାପତି ପାଇଁ ତିନିଜଣଙ୍କ ନାଁ ପଠାଇବେ ଏବ˚ ବିଭାଗ ସେଥିରୁ ଜଣକୁ ମନୋନୀତ କରିବ। ଆଶ୍ଚର୍ଯ୍ୟର କଥା ହେଉଛି, ଯେଉଁ ତିନିଜଣଙ୍କ ନାଁ ବିଭାଗକୁ ସୁପାରିସ କରାଯାଇଥିଲା, ସେମାନେ ସମସ୍ତେ ରାଜନୈତିକ ବ୍ୟକ୍ତି। ପ୍ରଥମେ ହେଲେ ପ୍ରମୋଦ ରଥ। ପାଟକୁରା ନିର୍ବାଚନ ମଣ୍ତଳୀ ୨୪ନମ୍ବର ଜୋନ୍ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ।
ଦ୍ବିତୀୟରେ ଅମିୟ ପରିଡ଼ା। ଅମିୟଙ୍କ ପତ୍ନୀ ୨୪ନମ୍ବର ଜୋନ୍ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଥିବା ବେଳେ ସେ ଶାସକ ବିଜେଡି ସହିତ ଜଡ଼ିତ। ତୃତୀୟ ଜଣକ ହେଉଛନ୍ତି ଦୀପକ ରାଉତରାୟ। କରିଲୋପାଟଣା ପ˚ଚାୟତର ପୂର୍ବତନ ସମିତି ସଭ୍ୟ ଏବ˚ କରିଲୋପାଟଣା କଲେଜର ପୁରାତନ ଛାତ୍ର ଥିଲେ। ଶିକ୍ଷାବିତ୍ ହିସାବରେ ଏହି ତିନିଜଣଙ୍କ ନାଁ ଜିଲ୍ଲାପାଳଙ୍କ ପାଖକୁ ପଠାଇଥିଲୁ ବୋଲି କରିଲୋପାଟଣା କଲେଜର ପୂର୍ବତନ ଅଧୢକ୍ଷ ଦତ୍ତକୃଷ୍ଣ ଜେନା ନିଜ ପ୍ରତିକ୍ରିୟାରେ କହିଛନ୍ତି। ଜିଲ୍ଲାପାଳ ଏହାକୁ ସୁପାରିସ କରିବା ପରେ ପ୍ରମୋଦ ରଥଙ୍କୁ ସଭାପତି ରୂପେ ମନୋନୀତ କରାଯାଇଥିବା ସ˚କ୍ରାନ୍ତରେ ଗତ ଅକ୍ଟୋବର ୧ତାରିଖରେ ଜିଲ୍ଲାପାଳଙ୍କୁ ଚିଠି କରି ବିଭାଗର ବରିଷ୍ଠ ପ୍ରାଶାସନିକ ଅଧିକାରୀ ଶ୍ରୀନିବାସ ମିଶ୍ର ଜଣାଇଥିଲେ। ହେଲେ ପ୍ରଶ୍ନ ଉଠୁଛି ପ୍ରମୋଦ ରଥ ଶିକ୍ଷାବିତ୍ ହେଲେ କେମିତି? କୌଣସି ବିଷୟରେ ପିଜି କରିନାହାନ୍ତି କି’ ଶିକ୍ଷକତା କିମ୍ବା ଅଧ୍ୟାପନା କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ନାହିଁ। ଶିକ୍ଷା ସହିତ ବି ଜଡ଼ିତ ନାହାନ୍ତି। ଚଳିତ ପ˚ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥିପତ୍ର ଦାଖଲ ବେଳେ ସେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି, ସେଥିରେ ବିଏ ପାସ୍ କରିଥିବା ଉଲ୍ଲେଖ କରିଛନ୍ତି। ମସିହା ଉଲ୍ଲେଖ ନ ଥିଲେ ବି ମାର୍ଶାଘାଇ ସରକାରୀ ହାଇସ୍କୁଲ୍ରୁ ମାଟ୍ରିକ୍, ପଟ୍ଟାମୁଣ୍ତାଇ କଲେଜରୁ ଯୁକ୍ତ ଦୁଇ ଏବ˚ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ଯୁକ୍ତତିନି ବା ବିଏ ପାସ୍ କରିଥିବା ସେ ଦର୍ଶାଇଛନ୍ତି। ତାଙ୍କ ଯୋଗ୍ୟତାକୁ ତର୍ଜମା କରାଗଲେ ଶିକ୍ଷା ଅପେକ୍ଷା ରାଜନୀତିରେ ତାଙ୍କ ଅଭିଜ୍ଞତା ଯଥେଷ୍ଟ ଅଧିକ। ଅଢେ଼ଇ ଦଶନ୍ଧିରୁ ଅଧିକ ହେବ ସେ ବିଜେଡି ରାଜନୀତିରେ ସକ୍ରିୟ ଅଛନ୍ତି। ଦଳର ସା˚ଗଠନିକ ଦାୟିତ୍ବ ତୁଲାଇବା ସହିତ ପାଟକୁରାର ପୂର୍ବତନ ବିଧାୟକଙ୍କ ପ୍ରତିନିଧି ଭାବେ କାମ କରିଛନ୍ତି। ସରଳ ଅର୍ଥରେ ବୁଝିବାକୁ ଗଲେ ଶ୍ରୀ ରଥ ଜଣେ ପୋଖତ ରାଜନେତା। ମାତ୍ର ପ୍ରଶାସନ ଆଖିରେ ଶିକ୍ଷା କିମ୍ବା ପ୍ରାଶାସନିକ କ୍ଷେତ୍ରରେ ଲେଶ ମାତ୍ର ଅଭିଜ୍ଞତା ନ ଥାଇ ବି ସେ କିଭଳି ଶିକ୍ଷାବିତ୍ ହେଇଗଲେ, ତାହା ବୁଝା ପଡ଼ୁ ନାହିଁ। ଗୋଟିଏପଟେ କଲେଜକୁ ରାଜନୀତିକରଣରୁ ମୁକ୍ତ ରଖିବାକୁ ଏଭଳି ନୂଆ ନିୟମ ଅଣାଯାଉଛି। ଅନ୍ୟପଟେ ସେହି ନିୟମକୁ ନିଜେ ବିଭାଗ ଭା˚ଗି ପରୋକ୍ଷରେ ସୂଚାଇ ଦେଉଛି ଯେ କଲେଜରୁ ରାଜନୀତିକରଣ ମୁକ୍ତ ପଦକ୍ଷେପ କେବଳ ପ୍ରହସନ ଛଡ଼ା ଅନ୍ୟ କିଛି ନୁହେଁ।