ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ସ୍ବାମୀ ଅଟକ

ସୁନ୍ଦରଗଡ଼: ମଦୁଆ ସ୍ବାମୀର ଉନ୍ମତ୍ତ କାଣ୍ଡ । ଘରୋଇ କଳହରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣୀ ହତ୍ୟା କଲା ସ୍ବାମୀ। ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଥାନା ନବରଙ୍ଗପୁର ଗାଁରେ।

ଗାଁର ରାଜୁ ଏକ୍କା ଗତକାଲି ଜଣେ ବିବାହିତା ମହିଳାକୁ ନେଇ ଘରକୁ ଆସିବା ପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଇଥିଲା। ଉଭୟ ଥାନାକୁ ମଧ୍ୟ ଯାଇଥିଲେ । ସେଠାରୁ ବୁଝା ସୁଝା ପରେ ଘରକୁ ଚାଲି ଆସିଥିଲେ ଉଭୟ। ତେବେ ଘରେ ରାତିରେ ପୁଣି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା, ଯେଉଁଥିରେ ରାଜୁ ରାଗରେ ଟାଙ୍ଗିଆରେ ସ୍ତ୍ରୀ ନିଅତିକୁ ହାଣି ଦେଇଥିଲା ।

ସ୍ତ୍ରୀକୁୁ ହାଣିବା ପରେ କେହି ଯେମିତି ନଜାଣନ୍ତୁ ସେଥିପାଇଁ ସେ ପାଖ ଏକ ଘରେ ଯାଇ ଶୋଇପଡିଥିଲା। ଘଟଣା ସମ୍ପର୍କରେ ଅଭିଯୁକ୍ତ ରାଜୁର ପୁଅ ପଡୋଶୀଙ୍କୁ କହିବା ପରେ ପଡୋଶୀ ଥାନାରେ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ରାଜୁକୁ ଅଟକ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର