ଗୋଷାଣି: ଗଜପତି ଜିଲ୍ଲା ଗୋଷାଣି ବ୍ଲକ ରମ୍ପା ଗ୍ରାମ ପଞ୍ଚାୟତର ରମ୍ପା ଗ୍ରାମର କଂଗ୍ରେସ ଓ ବିଜେପି ଦଳର ଶତାଧିକ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ନୀତିକୁ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ବରିଷ୍ଟ ନେତା ଡଃ. ତିରୁପତି ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରପତି ରାଓ, ଜିଲ୍ଲା ଯୁବ ସଭାପତି ଏସ. ଲିଙ୍ଗରାଜୁ, ଗୋସାଣି ବ୍ଲକ ଅଧ୍ୟକ୍ଷ ଏନ. ବୀରରାଜୁ, ଗୋସାଣି ବ୍ଲକ ବିଜେଡ଼ି ସଭାପତି ସିଏଚ. ଈଶ୍ଵର ରାଓ, ଆରଏମସିଏସ ଅଧ୍ୟକ୍ଷ ଏସ. ଗଜପତି ରାଓ, ରାଜ୍ୟ ବିଜେଡ଼ି ସମ୍ପାଦକ ବସନ୍ତ ଦାସ ଓ ମରୁତ ପାଲ, ଜିଲ୍ଲା ପରିଷଦ ସଦସ୍ୟ ଏସ. ବାଲରାଜୁ, ଜିଲ୍ଲା ପରିଷଦ ସଦସ୍ୟା ପି. ଲୀଳାବତୀ, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ପରିଚ୍ଛା, ବରିଷ୍ଟ ନେତା ୱାଇ. ରାମଚନ୍ଦ୍ର ରାଓ, କାଶିନଗର ବ୍ଲକ ବିଜେଡ଼ି ସଭାପତି ଅଖିଲ ପାତ୍ର ଓ ଯୁବନେତା ଜି. ବିଜୟ କୁମାର ପ୍ରମୁଖଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଆୟାଜିତ ହୋଇଥିଲା। ଶହେରୁ ଊର୍ଦ୍ଧ୍ବ ଅନ୍ୟ ଦଳର କର୍ମୀ ଆଜି ଶୁକ୍ରବାର ବିଜେଡ଼ିରେ ଯୋଗ ଦେଇଛନ୍ତି।
ବିଜେଡ଼ିରେ ଯୋଗଦେଲେ ବିଜେପି ଓ କଂଗ୍ରେସ୍ର ଶତାଧୀକ କର୍ମୀ
/sambad/media/post_attachments/wp-content/uploads/2023/09/IMG-20230901-WA0065.jpg)